Posted inବରଗଡ଼

ବିହନ ବ୍ୟାଙ୍କରେ ବିଦେଶୀ ପର୍ଯ୍ୟଟକ

ବରଗଡ଼ ଅଫିସ,୮ା୪: ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମସ୍ଥିତ ଅନୁଭବ ବିହନ ବ୍ୟାଙ୍କକୁ ଶନିବାର ଜଣେ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ସେ ହେଲେ ସୁଇଜରଲାଣ୍ଡର ସେଲିନ। ବିହନ ବ୍ୟାଙ୍କ ଉପରେ ପୁସ୍ତକ ଲେଖିବା ପାଇଁ ସେ ଉକ୍ତ ବିହନ ବ୍ୟାଙ୍କକୁ ଆସିଥିଲେ। ବିହନ ବ୍ୟାଙ୍କରେ ରହିଥିବା ପ୍ରାୟ ୧୧୦୦ ପ୍ରକାର ଧାନ ବିହନ ଓ ୭୦ ପ୍ରକାର ଅଣଧାନ ଯଥା ପନିପରିବା, ମାଣ୍ଡିଆ, ଡାଲି ଜାତୀୟ, ତୈଳ ବୀଜ ଆଦି ସେ ଦେଖିବାକୁ ପାଇଥିଲେ। ସେହିପରି ବିଭିନ୍ନ କିସମର ଚାଉଳ ଅର୍ଥାତ୍‌ ଲାଲ୍‌, କଳା, ଧଳା, ବାସ୍ନା ଯୁକ୍ତ, ଔଷଧୀୟ ଗୁଣ ସମ୍ପନ୍ନ ଚାଉଳର ବିବିଧତା ଦେଖି ସେ ଖୁସି ଅନୁଭବ କରିଥିଲେ। ଅସମ୍ଭବ ଭଳିଆ ଲାଗୁଛି ବୋଲି କହିଥିଲେ। ସେ ନିଜ ଦେଶ ତଥା ଦେଶ ବାହାରେ ଜିନ୍‌ ବ୍ୟାଙ୍କ ଦେଖିଥିଲେ। କିନ୍ତୁ ଏହି ବିହନ ବ୍ୟାଙ୍କ ଏକ ଜୀବନ୍ତ ଚଳନ୍ତି ବିହନ ବ୍ୟାଙ୍କ ଅଟେ ବୋଲି ସେ କହିଥିଲେ। ପଶ୍ଚିମ ଓଡ଼ିଶା କୃଷକ ସଂଗଠନର ପ୍ରବକ୍ତା ସରୋଜ ମହାନ୍ତି ଭାଷାନ୍ତରରେ ତାଙ୍କୁ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବଚ୍ଛେଦ ପରେ ବାଘର ମୃତଦେହକୁ ପୋଡ଼ିଦେଲେ ବନ କର୍ମଚାରୀ

ବରଗଡ଼,୧୬ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ସମ୍ବରଧରା-ଲଖନପୁର ରାସ୍ତାରେ ମଙ୍ଗଳବାର ଉଦ୍ଧାର ହୋଇଥିବା ମୃତ ବାଘର ବୁଧବାର ଶବ ବ୍ୟବଚ୍ଛେଦ ହୋଇଛି। ଭଟଲି...

ପୁଣି ବିବାଦରେ ଛନ୍ଦିହେଲେ ବରଗଡ଼ ଧନୁଯାତ୍ରାର କଂସ ହୃଷୀକେଶ ଭୋଇ, ଲାଞ୍ଚ ନେଇ…

ବରଗଡ଼,୧୬ା୧୦(ପ୍ରେମାନନ୍ଦ ଖମାରୀ): ଆଉମାତ୍ର ଅଢ଼େଇ ମାସ ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଏହି ମହୋତ୍ସବ ଆରମ୍ଭ...

ମାଁ ପଁରାପାଟ ଦେବୀଙ୍କ ପାର୍ବଣ ମହୋତ୍ସବ: ଯୁଗାରଯାତ୍ରାରେ ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ

ବରଗଡ଼,୧୬ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରାହଗୋଡାସ୍ଥିତ ମାଁ ପଁରାପାଟ ମନ୍ଦିରରେ ପାର୍ବଣ ମହୋତ୍ସବ ଚାଲିଛି। ଏହି କ୍ରମରେ ବୁଧବାର ଯୁଗାରଯାତ୍ରା ହୋଇଥିଲା। ବରାହଗୋଡ଼ା, ଆମସଢ଼ା,...

ଅମଳ ପୂର୍ବରୁ ଧାନ ଫସଲରେ ରୋଗପୋକ

ବରଗଡ଼,୧୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଅଧିକ ଧାନଚାଷ ଯୋଗୁ କୃଷି ପ୍ରଧାନ ଜିଲା ଭାବେ ମଧ୍ୟ ଏହି ଜିଲା ପରିଚିତ। ହେଲେ ଏଠାରେ...

ସଡ଼କ ଦୁର୍ଘଟଣାରେ କଲରାପତରିଆ ବାଘ ମୃତ

ବରଗଡ଼,୧୫।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ସମ୍ବରଧରା-ଲଖନପୁର ରାସ୍ତାରୁ ମଙ୍ଗଳବାର ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି। ବାଘର ମୃତଦେହକୁ...

୭ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଲେ ଆଶାକର୍ମୀ

ବରଗଡ଼,୧୪ା୧୦(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ, ବରଗଡ଼ ଜିଲା ଶାଖା ପକ୍ଷରୁ ୭ ଦଫା ଦାବି କରାଯାଇଛି। ଏହି ଦାବି ନେଇ ସୋମବାର ମୁଖ୍ୟମନ୍ତ୍ରୀଙ୍କ...

ମା’ ସମଲେଶ୍ବରୀଙ୍କ ଅନ୍ନପୂର୍ଣ୍ଣା ବେଶ: ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବରଗଡ଼,୧୨।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ଶନିବାର ମା’ ସମଲେଶ୍ବରୀ ଅନ୍ନପୂର୍ଣ୍ଣା ବେଶରେ...

ସିଦ୍ଧିଦାତ୍ରୀ ବେଶରେ ମା ସମଲେଶ୍ବରୀ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ଶୁକ୍ରବାର ମା ସମଲେଶ୍ବରୀ ସିଦ୍ଧିଦାତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri