ନୂଆଦିଲ୍ଲୀ,୧୭।୧୨ : ଶନିବାର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ତାଙ୍କର ନ୍ୟୁୟର୍କ ଗସ୍ତ ଫଳପ୍ରଦ ହୋଇଛି। ସେ ଟୁଇଟ କରି କହିଛନ୍ତି, ଆତଙ୍କବାଦ ମୁକାବିଲା ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ମନ୍ତ୍ରୀସ୍ତରୀୟ ବୈଠକରେ ବେଶ୍ ସଫଳ ରହିଛି।
ବହୁଦେଶଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା ସକାରାତ୍ମକ ରହିଛି। ଆୟର୍ଲାଣ୍ଡ, ଆର୍ମେନିଆ, ଜାପାନ, ପୋଲାଣ୍ଡ, ଆମେରିକା, ବ୍ରିଟେନ ଏବଂ ୟୁଏଇ ସହ ତାଙ୍କର ଦ୍ୱିପାକ୍ଷିକ ବୈଠକ ହୋଇଛି। ଏସବୁ ବୈଠକ ଦ୍ୱାରା ବିଦେଶରେ ଭାରତର ପତିଆରା ବେଶ୍ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।