ବେଙ୍ଗାଲୁରୁ: କର୍ନାକଟର ବାସିନ୍ଦା ଅନନ୍ତରାଜୁ ନିକଟରେ (ନଭେମ୍ବର ୨୫) ହମ୍ପିର ବିରୁପାକ୍ଷ ମନ୍ଦିରରେ ବେଲ୍ଜିୟମ୍ର ଝିଅଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି। ରିପୋର୍ଟ ଅନୁସାରେ, ଅନନ୍ତରାଜୁ ଅଟୋ ଚଲାଇବା ସହ ଟୁରିଷ୍ଟ ଗାଇଡ କାର୍ଯ୍ୟ କରନ୍ତି। ତେବେ
ବେଲ୍ଜିୟମ୍ର କେମିଲି ତାଙ୍କ ପରିବାର ସହ ୨୦୧୯ରେ କର୍ନାଟକର ହମ୍ପି ବୁଲିବାକୁ ଆସିଥିଲେ। ସେଠାରେ ତାଙ୍କର ଅନନ୍ତରାଜୁଙ୍କ ସହ ଦେଖା ହୋଇଥିଲା। ଅନନ୍ତରାଜୁ ଟୁରିଷ୍ଟ ଗାଇଡ୍ ଭାବେ ସେମାନଙ୍କୁ ହମ୍ପି ବୁଲାଇବା ସହ ରହିବାର ବ୍ୟବସ୍ଥା ମଧ୍ୟ କରିଥିଲେ। ଏହି ସମୟରେ ଅନନ୍ତରାଜୁଙ୍କ ମଣିଷପଣିଆ କେମିଲିଙ୍କୁ ପସନ୍ଦ ଆସିଥିଲା। କେମିଲି ନିଜ ଦେଶକୁ ଫେରିବା ପରେ ସୋସିଆଲ ମିଡିଆ ମାଧ୍ୟମରେ ସେ ଅନନ୍ତରାଜୁଙ୍କ ସହ କଥାବାର୍ତ୍ତା ଜାରି ରଖିଥିଲେ। ଫଳରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲ।