‘ବିଦେଶୀ ଆମ ଦେଶୀ ଗର୍ଲଙ୍କୁ ନେଇଗଲେ’

ମୁମ୍ବାଇ: ଗ୍ଲୋବାଲ ଷ୍ଟାର୍‌ ପ୍ରିୟଙ୍କା ଚୋପ୍ରା ତାଙ୍କର ଫ୍ୟାଶନ ଇନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ସୋସିଆଲ ମିଡିଆରେ ପିସି ବହୁତ ଆକ୍ଟିଭ୍‌। ଏବେ ସେ କେବଳ ନିଜର ନୁହେଁ, ଝିଅ ମାଳତୀ ଫଟୋ ବି ପ୍ରଶଂସକଙ୍କ ପାଇଁ ଶେୟାର କରୁଛନ୍ତି। ବର୍ତ୍ତମାନ ପ୍ରିୟଙ୍କା ତାଙ୍କର ନୂଆ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋରେ ସେ କଳା ରଙ୍ଗର ଡିପ୍‌ ନେକ୍‌ର ଷ୍ଟ୍ରପଲେସ୍‌ ଡ୍ରେସ୍‌ ପିନ୍ଧିଛନ୍ତି। ତାଙ୍କ ଷ୍ଟାଇଲ୍‌କୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଛନ୍ତି। ଏହି ଲୁକ୍‌ଙ୍କୁ ସମ୍ପୂର୍ଣ୍ଣ କରିବା ପାଇଁ ସେ ଏକ ଷ୍ଟାଇଲିଶ ବ୍ୟାଗ୍‌ ଧରିଛନ୍ତି। ତାଙ୍କ ମୁହଁରେ ହସ ଫୁଟିଉଠିଛି।

ଫଟୋ ଶେୟାର କରି ପ୍ରିୟଙ୍କା କ୍ୟାପ୍‌ଶନ ଲେଖିଛନ୍ତି, ମୋର ପସନ୍ଦ ପାଇଁ ମୁଁ । ଅଭିନେତ୍ରୀଙ୍କ ଏହି ଫଟୋ ଦେଖି ୟୁଜରମାନେ ମଜାଳିଆ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ବିଦେଶୀ ଆମ ଦେଶୀ ଝିଅଙ୍କୁ ନେଇଗଲେ। ପ୍ରିୟଙ୍କା କେତେବେଳେ ଦେଶୀ ତ କେତେବେଳେ ବିଦେଶୀ ଲୁକ୍‌ରେ ପ୍ରଶଂସକଙ୍କ ଦୃଦୟ ଜିଣନ୍ତି। ତାଙ୍କର ଏହି ଲୁକ୍‌କୁ ସମସ୍ତେ ପସନ୍ଦ କରିଛନ୍ତି।

Share