Categories: ଜାତୀୟ

ବିଦେଶୀ ନାଗରିକ ଭାରତରେ ରହିବା, ବସତି ସ୍ଥାପନ କରିବାର କୌଣସି ଅଧିକାର ଦାବି କରିପାରିବେ ନାହିଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧୨।୧: କୌଣସି ବିଦେଶୀ ନାଗରିକଙ୍କୁ ଭାରତରେ ରହିବାର ଏବଂ ବସତି ସ୍ଥାପନ କରିବାର କୌଣସି ଅଧିକାର ନାହିଁ। ଏକ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଏପରି ରାୟ ପ୍ରଦାନ କରିଛନ୍ତି। କୋର୍ଟ ଭାରତୀୟ ସମ୍ବିଧାନର ଧାରାକୁ ଭିତ୍ତି କରି ବିଦେଶୀଙ୍କୁ ଦେଶରେ ରହିବା ଓ ବସତି ସ୍ଥାପନ କରିବା ଦାବିକୁ ଅନୁମତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି, ବିଦେଶୀଙ୍କ ମୌଳିକ ଅଧିକାର ଜୀବନ ଓ ସ୍ବାଧିନତା ପର୍ଯ୍ୟନ୍ତ ସୀମିତ ଅଟେ।

କୋର୍ଟ ସନ୍ଦିଗ୍ଧ ବାଲାଂଦେଶୀ ନାଗରିକ ଅଜଲ ଚକମା ପରିବାର ଦ୍ୱାରା ଦାଖଲ ବନ୍ଦୀ ପ୍ରତକ୍ଷୀକରଣ ଯାଚିକାକୁ ଖାରଜ କରିଦେଇଛନ୍ତି। ଅଜଲଙ୍କୁ ୨୦୨୨ ଅକ୍ଟୋବରରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅର୍ନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ଗିରଫ କରାଯାଇଥିଲା। ଚକମାଙ୍କ ପରିବାର ଦାବି କରିଛନ୍ତି ଯେ, ଚକମାଙ୍କ ହିରାସତ ଅବୈଧ ଅଟେ।

ଜଷ୍ଟିସ ସୁରେଶ କୁମାର ଓ ଜଷ୍ଟିସ ମନୋଜ ଜୈନଙ୍କ ଖଣ୍ଡପୀଠ କହିଛନ୍ତି, ଭାରତ ସମ୍ବିଧାନର ଧାରା ୧୯(୧)(ଇ) ଅନୁଯାୟୀ ବିଦେଶୀ ନାଗରିକ ଭାରତରେ ରହିବା ବା ବସତି ସ୍ଥାପନ କରିବାର ଅଧିକାର ନାହିଁ। ଚକମା ମାମଲା ଶୁଣାଣିବେଳେ ନିଜ ପକ୍ଷ ରଖିବାରେ ଅସଫଳ ରହିଛନ୍ତି କି, ଯେତେବେଳେ ସେ ବାଲାଂଦେଶ ପାର୍ସପୋର୍ଟରେ ଦେଶ ଛାଡି ଦେଇଥିଲେ ତେବେ ସେ କିପରି ଭାରତ ଫେରିଥିଲେ।

Share