Advertisement

‘ତବ୍‌ଲିଘିରେ ଯୋଗଦେଇଥିବା ବିଦେଶୀଙ୍କୁ ବଳିବୋଦା କରାଯାଇଛି’

ମୁମ୍ବାଇ, ୨୩।୮: ଦିଲ୍ଲୀର ନିଜାମୁଦ୍ଦିନରେ ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ତବ୍‌ଲିଘି ଜମାତ୍‌ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଦେଶୀ ନାଗରିକଙ୍କୁ ବଳିବୋଦା କରାଯାଇ ସେମାନେ ଦେଶରେ କରୋନା ମହାମାରୀ ସଂକ୍ରମଣ ପାଇଁ ଦାୟୀ ବୋଲି ଅଭିଯୋଗ ଅଣାଯାଇଥିଲା। ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ୍‌ ଏହା କହିଛନ୍ତି। ୨୯ ବିଦେଶୀଙ୍କ ବିରୋଧରେ ଦାଏର ଏତଲାକୁ ଜଷ୍ଟିସ୍‌ ଟି.ଭି. ନଲାଓ୍ବାଡେ ଏବଂ ଏମ୍‌.ଜି. ସଓ୍ବେଲିକରଙ୍କ ଖଣ୍ଡପୀଠ ଶୁକ୍ରବାର ଖାରଜ କରିଦେବା ସହ ଉପରୋକ୍ତ ମତ ଦେଇଛନ୍ତି। ରାଜନୈତିକ ବାଧ୍ୟବାଧକତାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ବୋଲି ଖଣ୍ଡପୀଠ କହିଛନ୍ତି। ଆଇପିସିର ବିଭିନ୍ନ ଧାରା ସମେତ ମହାମାରୀ ଆଇନ, ବିପର୍ଯ୍ୟୟ ପରିଚାଳନା ଆଇନ ଓ ପର୍ଯ୍ୟଟନ ଭିସା ଉଲ୍ଲଂଘନ ଅଭିଯୋଗରେ ବିଦେଶୀ ନାଗରିକଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share