ୟୁକ୍ରେନ୍‌ ଯିବ ଫୋରେନ୍‌ସିକ୍‌ ଟିମ୍‌

ହେଗ୍‌,୯ା୪: ୧୯୯୦ର ବଲ୍‌କାନ୍‌ ସଂଘର୍ଷରୁ ନେଇ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପର୍ଯ୍ୟନ୍ତ ନିଖୋଜ ଓ ନିହତଙ୍କ ପରିଚୟ ଚିହ୍ନଟ ପାଇଁ ଏକ ଅନ୍ତର୍ଜାତୀୟ ସଂସ୍ଥା ଗଠନ କରାଯାଇଛି। ଏହି ସଂସ୍ଥାର ଫୋରେନ୍‌ସିକ୍‌ ଟିମ୍‌ ଆସନ୍ତା ସପ୍ତାହରେ ୟୁକ୍ରେନ୍‌ ଗସ୍ତ କରି ନିଖୋଜ ଓ ମୃତକଙ୍କ ପରିବାର ସଦସ୍ୟଙ୍କ ଡିଏନ୍‌ଏ ନମୁନା ସଂଗ୍ରହ କରିବ। କିଭ୍‌ କର୍ତ୍ତୃପକ୍ଷ ନେଦରଲାଣ୍ଡ୍‌ସର ହେଗ୍‌ ଯାଇ ଇଣ୍ଟରନ୍ୟାଶନାଲ କମିଶନ ଅନ୍‌ ମିସିଂ ପର୍ସନ୍ସଙ୍କୁ ଏନେଇ ଅନୁରୋଧ କରିଛନ୍ତି।

Share