
ରାଇକିଆ,୧୪।୪,(ପ୍ରଦୀପ ବେହେରା): କନ୍ଧମାଳ ଜିଲା କରଡ଼ା ରେଞ୍ଜ ଅଧୀନରେ ଥିବା ରଣବା ସେକ୍ସନର ଘାଟି ଖାରିଗୁଡ଼ା ଅଞ୍ଚଳରେ ଚାଲାଣ ପାଇଁ ଉଦ୍ୟମ ହେଉଥିବା ୨୭ଖଣ୍ଡ ଶାଗୁଆନ କାଠକୁ ଜବତ କରିଛି ଜଙ୍ଗଲ ଓ ପରିବେଶ ବିଭାଗ । ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏହି ଅଞ୍ଚଳରେ ରାତିରେ ପେଟ୍ରୋଲିଂ ବେଳେ ଏକ ପିକ ଅପ ଭ୍ୟାନରେ କାଠ ଥିବା ଦେଖି ବିଭାଗ ପକ୍ଷରୁ ଚଢାଉ କରଯାଇଥିଲା। ଗାଡ଼ିର ଡ୍ରାଇଭର ଓ ଏଥିରେ ସଂଶ୍ଲିଷ୍ଟ ମାଫିଆ ମାନେ ଫେରାର ହୋଇ ଯାଇଥିବା ବେଳେ ଗାଡ଼ି ଓ କାଠକୁ ଜବତ କରଯାଇଛି । କରଡ଼ା ରେଞ୍ଜର ସବନମ ସାହୁ, ଫରେଷ୍ଟର ଅଜିତ ପ୍ରଧାନ, ଫରେଷ୍ଟ ଗାର୍ଡ ଅକ୍ଷୟ କହଁର ଏବଂ ବିକାଶ ମଲ୍ଲିକ ଚଢାଉ ରେ ସାମିଲ ହୋଇଥିଲେ । ଏ ନେଇ କେସ ନ ୦୧/୨୫ ରେ ମାମଲା ରୁଜୁ ହୋଇଛି ।