ଜଳୁଛି ହାଓ୍ବାଇ ଜଙ୍ଗଲ: ମୃତ୍ୟୁସଂଖ୍ୟା ୫୩କୁ ବୃଦ୍ଧି

ଓ୍ବାଶିଂଟନ,୧୧ା୮: ଆମେରିକାର ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ହାଓ୍ବାଇ ଦ୍ୱୀପପୁଞ୍ଜର ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଛି। କାରଣ ଏଠାରେ ଜଙ୍ଗଲ ଜଳୁଛି। ଏହି ଅଗ୍ନିକାଣ୍ଡରେ ଶୁକ୍ରବାର ସୁଦ୍ଧା ଅତି କମ୍‌ରେ ୫୩ ଜଣଙ୍କର ମୃତ୍ୟୁ ଘଟିସାରିଲାଣି।

ମାଉଇ କାଉଣ୍ଟି ଅନୁଯାୟୀ, ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରିରହିଛି। ଏହି ସମୟରେ ଲାହାଇନାରେ ହୋଇଥିବା ଅଗ୍ନିକାଣ୍ଡରେ ଆଉ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ୫୩କୁ ବୃଦ୍ଧି ପାଇଛି।

ଏହି ଭୟଙ୍କର ଅଗ୍ନିକାଣ୍ଡ ଯୋଗୁ ମାଉଇ ଦ୍ୱୀପରୁ ୧୪୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସ୍ଥାନାନ୍ତର ଲୋକଙ୍କ ସଂଖ୍ୟା ଆଜି ଆଉ ଅଧିକ ହେବ ବୋଲି ସୂଚନାରୁ ଜଣାପଡ଼ିଛି।

Share