ଚନ୍ଦନକାଠ ସହ ୨ବେପାରୀଙ୍କୁ ଧରିଲା ବନବିଭାଗ

କୋରାପୁଟ,୧୨।୧୨(ସ୍ବ.ପ୍ର.): କୋରାପୁଟ ବନ ବିଭାଗ ପକ୍ଷରୁ ସଦର ବ୍ଲକର ବାରିଗୁଡା ଜଙ୍ଗଲରେ ଚଢାଉ କରାଯାଇ ୨୦ହଜାର ଟଙ୍କାର ଚନ୍ଦନକାଠ ସହ ୨ଜଣ ଚନ୍ଦନ ବେପାରୀଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଛି। କୋରାପୁଟ ରେଞ୍ଜ ଅଧିକାରୀ ରୋହିତ କୁମାର ଏହି ସୂଚନା ଦେଇଛନ୍ତି। ବନବିଭାଗ ସେମାନଙ୍କଠାରୁ ୧୦କେଜି ଓଜନର ଚନ୍ଦନକାଠ ସହ ଏକ ବାଇକ ଓ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି। କୋରାପୁଟ ରେଞ୍ଜ ଅଧିକାରୀଙ୍କ ସୁଚନା ଅନୁଯାୟୀ, ସୋମବାର କୋରାପୁଟ ବ୍ଲକର ବାରିଗୁଡା ଜଙ୍ଗଲରେ ଚନ୍ଦନ କାଠ ବ୍ୟବସାୟୀ ଜଙ୍ଗଲରୁ ଚନ୍ଦନକାଠ କାଟି ନେଉଥିବା ନେଇ କୌଣସି ସୂତ୍ରରୁ ସୁଚନା ମିଳିଥିଲା। ଏହାପରେ ଅଧିକାରୀ ରୋହିତ କୁମାରଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍‌ ସ୍ଥାନୀୟ ବାରିଗୁଡା ଜଙ୍ଗଲରେ ଅତର୍କିତ ଚଢାଉ କରିଥିଲେ। ଚଢ଼ାଉ ସମୟରେ ଦୁଇଟି ବ୍ୟାଗରେ ଥିବା ସମୁଦାୟ ୨୦କେଜି କଟା ଚନ୍ଦନକାଠ, ଏକ ଦେଶୀ ବନ୍ଧୁକ, ଟାଙ୍ଗିଆ ଓ ଅନ୍ୟ ଲୁହା ସାମଗ୍ରୀକୁ ଜବତ କରାଯାଇଥିଲା। ଗିରଫ ଦୁଇ ଚନ୍ଦନକାଠ ବେପାରୀ ହେଲେ କୋରାପୁଟ ସଦର ଥାନା ଅନ୍ତର୍ଗତ ବାରିଗୁଡା ଗ୍ରାମର ବାନ୍ଧୁ ମୁଦୁଲି(୪୬) ଓ ମାଛରା ଗ୍ର୍ରାମର ରଥ ମାଝି(୩୯)। ଏନେଇ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲୀ ବାର୍‌ହା ଶିକାର କରି ୪ ଅଟକ

ଦେବଗଡ଼,୧୧ା୪(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବନାଞ୍ଚଳ ବଳମ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ପଞ୍ଚମହଲା ଗ୍ରାମ ନିକଟ ଖସଡ଼ା ଜଙ୍ଗଲରେ ଏକ ବାର୍‌ହା ଶିକାର କରାଯାଇଛି। ଏହି...

ଯୁବକଙ୍କୁ ନିର୍ମମ ହତ୍ୟା, ୨ ଅଟକ

ବଲାଙ୍ଗୀର,୧୧ା୪(ସୁନୀଲ ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସରଗାଡ଼ ଗାଁରେ ଗୁରୁବାର ରାତିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ...

ଖବର ପ୍ରକାଶ ପରେ ତତ୍ପର ହେଲେ ପ୍ରକଳ୍ପ ପ୍ରଶାସକ: ବ୍ୟବସାୟୀଙ୍କୁ ଶୀଘ୍ର ହାଟ ଯୋଗାଇବାକୁ ଦେଲେ ନିର୍ଦ୍ଦେଶ

ଦାରିଙ୍ଗବାଡ଼ି,୧୧ା୪: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତରେ ରହିଥିବା ଜନଜାତି ହାଟ କାମରେ ଆସୁନଥିବା ଶୀର୍ଷକ ଖବର କେବଳ ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ଏହା...

ରାତାରାତି ବଦଳିଗଲା ଓଡ଼ିଆ ଯୁବକଙ୍କ ଭାଗ୍ୟ: ଜିତିଲେ ୩ କୋଟି ଟଙ୍କା ସହ ମହିନ୍ଦ୍ରା ଥାର୍

ଧର୍ମଶାଳା,୧୧।୪(ଶିବ ପ୍ରାସାଦ ମହାନ୍ତି): କେତେବେଳେ କାହା ଭାଗ୍ୟ ବଦଳିବ କେହି କହିପାରିବେ ନାହିଁ। ମଣିଷ ଅବସର ସମୟରେ ଗେମ ଖେଳିଥାଏ। ଲୋକେ ଅନେକ ସମୟରେ ଗେମ...

ଗିରି ଗୋବର୍ଦ୍ଧନ ଜଙ୍ଗଲରେ ନିଆଁ

କୋକସରା,୧୧ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା ଗ୍ରାମକୁ ଲାଗି ରହିଥିବା ଗିରି ଗୋବର୍ଦ୍ଧନ ଜଙ୍ଗଲରେ ଗୁରୁବାର କୌଣସି କାରଣରୁ ହଠାତ୍‌...

ଭୁବନେଶ୍ୱରରେ ଏନକାଉଣ୍ଟର ପରେ ଏନକାଉଣ୍ଟର: କୁଖ୍ୟାତ ବ୍ରାଉନସୁଗାର ବ୍ୟବସାୟୀ ଶେଖ ଜାମସେଦକୁ ଗୁଳି

ଭୁବନେଶ୍ୱର,୧୧।୪: ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଜଣେ କୁଖ୍ୟାତ ବ୍ରାଉନସୁଗାର ବ୍ୟବସାୟୀ ଶେଖ ଜାମସେଦ ଆହତ ହୋଇଛନ୍ତି। କମିଶନରେଟ ପୋଲିସର...

ନଦୀକୁ ଖସିପଡ଼ିଲା ହେଲିକପ୍ଟର, ୬ ଜଣଙ୍କ ଜୀବନ ଗଲା

ଓ୍ବାଶିଂଟନ,୧୧ା୪: ଆମେରିକାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମଝି ଆକାଶରେ ହେଲିକପ୍ଟର୍‌ କ୍ରାସ୍‌ ହେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା ପରେ ନଦୀ...

୬୦୬ରୁ ଅଛନ୍ତି ମାତ୍ର ୧୯୯ ଡାକ୍ତର

ଭବାନୀପାଟଣା,୧୧ା୪ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ସ୍ବାସ୍ଥ୍ୟ ବିଭାଗରେ ଏବେ ଅନେକ ପଦବୀ ଖାଲି ପଡିଛି। ଫଳରେ ଜିଲାବାସୀ ଠିକ୍‌ ସମୟରେ ଆବଶ୍ୟକ ସ୍ବାସ୍ଥ୍ୟସେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image