ଗ୍ରାହକ ସାଜି ବନ ବିଭାଗ ଧରିଲା

ବାଲିଗୁଡ଼ା,୧ା୯(ଡି.ଏନ.ଏ.): ରାଜ୍ୟ ବାହାରକୁ ଚାଲାଣ ହେବାକୁ ଥିବା ଏକ ବଜ୍ରକାପ୍ତାକୁ କନ୍ଧମାଳ ଜିଲା ବାଲିଗୁଡ଼ା ବନ ବିଭାଗ ବୁଧବାର ଉଦ୍ଧାର କରିଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମହାସିଙ୍ଗି ଗ୍ରାମର ମହାଦେବ ବେହେରଦଳାଇ, ପାରିଗଡ଼ର ଭୀମସେନ ବଡ଼ସେଠ, କ.ନୂଆଗାଁ ଥାନା ଅଞ୍ଚଳର ଶୁକଦେବ ଦିଗାଳ ଓ ଟିକାବାଲି ପଣସପଦର ଗ୍ରାମର ସିତାଂଶୁ ମୁଖୀ। ଅଭିଯୁକ୍ତଙ୍କଠାରୁ ବନ ବିଭାଗ ଏକ ବାଇକ୍‌ ଓ ସ୍କୁଟି ଜବତ କରିଛି।

ବାଲିଗୁଡା ବ୍ଲକ ମିଡ଼ିଆକିଆ ଅଞ୍ଚଳର ଜଣଙ୍କ ପାଖରେ ଏକ ବଜ୍ରକାପ୍ତା ବିକ୍ରି ହେବାକୁ ଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ବନ ବିଭାଗ । ବାଲିଗୁଡ଼ା ଡିଏଫ୍‌ଓ ବିଶ୍ବରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ବିଭାଗ ପକ୍ଷରୁ ଜଣେ କର୍ମଚାରୀ ଗ୍ରାହକ ଭାବେ ସମ୍ପୃକ୍ତ ବ୍ୟକ୍ତି ସହ ଯୋଗାଯୋଗ କରିଥିଲେ। ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ ହୋଇଥିଲା। ବନ ବିଭାଗର ଏହି ଟିମ୍‌ ମିଡ଼ିଆକିଆସ୍ଥିତ ଏକ ପୋଲ ନିକଟରେ ଗ୍ରାହକ ବେଶରେ ପହଞ୍ଚତ୍ଥିଲେ। ବାଲିଗୁଡ଼ା ଏସିଏଫ୍‌ ଡ.ରୁଦ୍ରପ୍ରସାଦ ରଥ, ବନାଞ୍ଚଳ ଅଧିକାରୀ ଉଦିତ୍‌ କୁମାର ପ୍ରଧାନଙ୍କ ସମେତ ୧୦ ଜଣିଆ ଏକ ସ୍ବତନ୍ତ୍ର ଟିମ ପହଞ୍ଚତ୍ ଚାଲାଣକାରୀଙ୍କ ସହ ବଜ୍ରକାପ୍ତା କିଣିବା ପାଇଁ ମୂଲଚାଲ କରିଥିଲେ। ସେମାନଙ୍କ ନିକଟରୁ ୧୦୫ ସେଣ୍ଟିମିଟର ଲମ୍ବର ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ବିକ୍ରି କରିବାକୁ ଆସିଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଏହି ର଼୍ୟାକେଟରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ବନ ବିଭାଗ ଅଧିକ ଖୋଳତାଡ଼ କରୁଛି।