ଓଡ଼ଗାଁ, ୨୯ା୧୨(ସ୍ବ.ପ୍ର.): ନୟାଗଡ଼ ବନଖଣ୍ଡ ଓ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ମାଧୁଆମାରୁ ଗ୍ରାମ ସନ୍ନିକଟ ଅଣ ସଂରକ୍ଷିତ ଜଙ୍ଗଲ ନିକଟରେ ବୁଧବାର ରାତିରେ ଏକ ଗୟଳ ଶିକାର କରାଯାଇଛ। ଗୟଳ ଶିକାର ପରେ ମାଂସ ବିକ୍ରି କରାଯାଉଥିବା ବନ ବିଭାଗ ସୂଚନା ପାଇଥିଲା। ନୟାଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ, ରେଞ୍ଜର ଆଶିଷ କୁମାର କଅଁର ଗୁରୁବାର ସକାଳ ସାଢେ ୭ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ସେଠାରେ କେହି ନ ଥିଲେ। ବିଭାଗୀୟ ଅଧିକାରୀମାନେ ସେଠାରୁ ଗୟଳ ମୁଣ୍ଡ, ପୁଟା, ଗୋଡ ଓ କିଛି ବଳକା ମାଂସ ଜବତ କରିଥିଲେ। ଘଟଣାସ୍ଥଳରେ ହିଁ ସ୍ଥାନୀୟ ପ୍ରାଣୀ ଚିକିତ୍ସକ ବିଦ୍ୟୁତ୍ ମହାନ୍ତଙ୍କ ଦ୍ୱାରା ବ୍ୟବଚ୍ଛେଦ କରାଯିବା ପରେ ମାଂସ ଓ ମୁଣ୍ଡ ପୋତି ଦିଆଯାଇଥିଲା ବୋଲି ରେଞ୍ଜର କଅଁର ପ୍ରକାଶ କରିଛନ୍ତି। ଏହି ଘଟଣାରେ ସୁଦ୍ର ନୂଆଁପଲ୍ଲୀ ଗ୍ରାମର ନବ ବେହେରା (୪୫)ଙ୍କୁ ବନ ବିଭାଗ ଅଟକ ରଖି ପଚରାଉଚୁରା କରୁଛ। ତାଙ୍କ ନିକଟରୁ ଏକ ଫାଶ ଜବତ କରାଯାଇଛି । ଏଥିସହିତ ବନ ବିଭାଗ ମାଂସ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି ା ଶିକାର ହୋଇଥିବା ଗୟଳର ବୟସ ସାଢେ ୪ ବର୍ଷ ହେବ ବୋଲି ବନ ଅଧିକାରୀ ସୂଚନା ଦେଇଛନ୍ତ। ଏନେଇ ଏକ ମାମଲା(ନଂ.୨୪/୨୨) ରୁଜୁ ହୋଇଛ।