ମୋ ସ୍ବାମୀଙ୍କୁ ମିଥ୍ୟା ମାମଲାରେ ଫସାଇଛି ବନ ବିଭାଗ

ଭଞ୍ଜନଗର,୯ା୫(ଡି.ଏନ୍‌.ଏ.): ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥ ପ୍ରସାଦ ରେଞ୍ଜ ଅଧୀନ ତିରିଗୋଛ ଗ୍ରାମର ଅମର ବେହେରା ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଗତ ୨୭ ତାରିଖରେ ଗିରଫ ହୋଇଥିଲେ। ବନ୍ୟପ୍ରାଣୀ ଶିକାର ପାଇଁ ସେ ଜଙ୍ଗଲରେ ନିଆଁ ଲଗାଉଥିବା ନେଇ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା।

ହେଲେ ଅମରଙ୍କ ସ୍ତ୍ରୀ ଏହାକୁ ବିରୋଧ କରିଛନ୍ତି। ସ୍ବାମୀଙ୍କୁ ମିଥ୍ୟା ମାମଲାରେ ଫସାଇ ବନ କର୍ମଚାରୀ ତାଙ୍କୁ ଗିରଫ କରିଥିବା ସେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କରି ସେ ସୋମବାର ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏ ନେଇ ଡିଏଫ୍‌ଓ ଅଭୟ କୁମାର ଦଳେଇଙ୍କୁ ପଚାରିବାରୁ ଅମର ପୂର୍ବରୁ ମଧ୍ୟ ବନ୍ୟପ୍ରାଣୀ ଶିକାର ଅଭିଯୋଗରେ ଗିରଫ ହୋଇଥିଲେ। ବର୍ତ୍ତମାନ ପ୍ରମାଣ ସହ ତାଙ୍କୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି।

Share