ବେଆଇନ ଜଙ୍ଗଲ କାଟିବା ଅଭିଯୋଗରେ ୬ ଜଣଙ୍କୁ କୋର୍ଟ ଚାଲାଣ କଲା ବନବିଭାଗ

ଲାଞ୍ଜିଗଡ଼,୧୭।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଦକ୍ଷିଣ ବନାଞ୍ଚଳ ବିଜେପୁର ସେକ୍ସସନରେ ବେଆଇନ ଜଙ୍ଗଲ କାଟିବା ଅଭିଯୋଗରେ ୬ ଜଣଙ୍କୁ କୋର୍ଟ ଚାଲାଣ କରିଛି ବିଜେପୁର ବନବିଭାଗ I ପୂର୍ବରୁ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବନବିଭାଗ ତତ୍ପରତା ଦେଖାଇ ଜଙ୍ଗଲ ମାଫିଆଙ୍କୁ ଗିରଫ କରି କୋଟଚାଲାଣ କରିବାରେ ସଫଳ ହୋଇଛି l

ସୂଚନାନୁସାରେ ବିଜେପୁର ସେକସନ ଘାଟିକୁଣ୍ଡରୁ ଠାରୁ ପାହାଡ଼ ପଦର ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କଡ଼ ଦୂଇ ପାର୍ଶ୍ୱରେ ବେଆଇନ ଭାବେ ହେକ୍ଟର ହେକ୍ଟର ଜଙ୍ଗଲ କଟା ଚାଲିଥିଲା I ଉକ୍ତ ଜଙ୍ଗଲ ବିଜେପୁର ବନାଞ୍ଚଳ କାର୍ଯ୍ୟାଳୟରୁ ହାରାହାରି ୬ କି.ମି. ଦୂରତା ହେଉଥିବା ବେଳେ ସେହି ରାସ୍ତା ଦେଇ ବିଜେପୁର ବନବିଭାଗ କର୍ମଚାରୀ ମାନେ ପ୍ରତିଦିନ ଯିବା ଆସିବା କରୁଥିଲେ ହେଲେ ବନବିଭାଗ କର୍ମଚାରୀ ମାନଙ୍କ ନଜର ପଡ଼ୁ ନ’ଥିଲା କି ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନ’ଥିଲା।

ଲୋକେ ନିର୍ଭୟରେ ହେକ୍ଟର ହେକ୍ଟର ମୂଲ୍ୟବାନ ଗଛ କାଟି ଅବଶିଷ୍ଟାଂଶକୁ ପୋଡିଦେଇ ବେଆଇନ ଭାବେ ପୋଡୁ ଚାଷ କରୁଥିବା ବେଳେ ଏହାକୁ ନେଇଁ ଅଞ୍ଚଳରେ ତୀବ୍ରଅସନ୍ତୋଷ ପ୍ରକାଶ ପାଇବା ସହ ଅଭିଯୋଗ ହୋଇଥିଲା। ଏହି ବେଆଇନ ଜଙ୍ଗଲ କାଟିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବ ପରେ ତତ୍ପରତା ଦେଖାଇ ତଦନ୍ତ ଆରମ୍ଭ କରିଥିଲା ବନ ବିଭାଗ I

ତଦନ୍ତ ପରେ ସତ୍ୟାସତ୍ୟ ଉନ୍ମୋଚନ ହେବାରୁ ମଦନଗୁଡା ଗାଁର ଲାଞ୍ଜି ମାଝୀ(୫୫), ଦିପେନ ସୁନା(୨୦), ରାମ ମାଝୀ( ୨୭), ସାଇବୁ ମାଝୀ( ୨୩), ବନାଙ୍ଗ ମାଝୀ( ୫୦), କାକୁଡା ମାଝୀ( ୫୩) ସମେତ ୬ଜଣଙ୍କୁ ଜଙ୍ଗଲରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଜେପୁର ଫରେଷ୍ଟର ପଦ୍ମଲୋଚନ ଶବର ସୂଚନା ଦେଇଛନ୍ତି।

ତେବେ ଜଙ୍ଗଲ ମାଫିଆଙ୍କ ବିରୋଧରେ ବନବିଭାଗ ଏହି ଭଳି ପଦକ୍ଷେପ ନେଲେ ଆଗାମୀ ଦିନରେ ବନ୍ୟ ଜୀବଜନ୍ତୁଙ୍କ ସହ ଜଙ୍ଗଲ ସୁରକ୍ଷିତ ରହିବ ବୋଲି ଅନୁମାନ କରାଯାଉଛି ଓ ବନବିଭାଗର ଏହିଭଳି ପଦକ୍ଷେପକୁ ଅଞ୍ଚଳ ଲୋକେ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ଯୋଗାଣ ଅଧିକାରୀ ଲାଞ୍ଚ ନେବା ଭିଡିଓ ଭାଇରାଲ

ପାତ୍ରପୁର, ୧୮ା୩(ଉମା ଚରଣ ନେପାକ): ପାତ୍ରପୁର ବ୍ଲକରେ କାର୍ଯ୍ୟରତ ଯୋଗାଣ ଅଧିକାରୀ ବଳରାମ ଜେନା ଲାଇସେନ୍ସ ନବୀକରଣ କରିବା ପାଇଁ ଟଙ୍କା ଲାଞ୍ଚ ନେଉଥିବା ସମ୍ପର୍କିତ...

ବରଗଡ଼ର ଅଧିଷ୍ଠାତ୍ରୀ ମା’ ସମଲେଇଙ୍କ ଶୀତଳ ଯାତ୍ରା, ଏକ ଅନନ୍ୟ ପରମ୍ପରା

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ଶୀତଳ ଯାତ୍ରା ଏକ ଅନନ୍ୟ ପରମ୍ପରା। ପ୍ରତିବର୍ଷ ଚୈତ୍ର ମାସ ମଙ୍ଗଳବାର ଏହା ଅନୁଷ୍ଠିତ ହୋଇଥାଏ...

ବାଙ୍କେଶ୍ୱରୀ ଘାଟିରେ ଓଲଟିଲା ପିକଅପ୍‌ ଭ୍ୟାନ: ୩୨ ରୁ ଅଧିକ ଆହତ, ୧୮ ଗୁରୁତର

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ନିକଟ ବାଙ୍କେଶ୍ୱରୀ ଘାଟିରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଏକ ପିକ...

ଭଞ୍ଜନଗରରେ ବଢୁଛି ତାପମାତ୍ରା , ଉପ ଜିଲାପାଳ, ଅଧକ୍ଷଙ୍କ ଦ୍ବାରା ଜଳସେବା କେନ୍ଦ୍ର ଉଦଘାଟିତ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ): ଭଞ୍ଜନଗର ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବଢୁଛି। ଜଙ୍ଗଲ ପୋଡ଼ି ଯୋଗୁଁ ଏହି ସମସ୍ୟା ଦ୍ୱିଗୁଣିତ ହୋଇଯାଉଛି। ମଙ୍ଗଳବାର ଭଞ୍ଜନଗର ଅଞ୍ଚଳରେ ତାପମାତ୍ରା...

କୋରାପୁଟର ନୀଳାବାଡିରେ ଚାଲିଛି ମା ଅଗ୍ନୀଗଙ୍ଗାଙ୍କ ବଡଯାତ୍ରା, ଶେଷ ଦିନରେ ଭୋଗ ହେବ ମାଗୁର ମାଛ

କୋରାପୁଟ,୧୮।୩( ଅମିତାଭ ବେହେରା) କୋରାପୁଟ ଜିଲାର ବନ୍ଦୁଗାଁ ବ୍ଲକର ନିଳାବାଡି ପଞ୍ଚାୟତରେ ବର୍ତମାନ ମା’ ଅଗ୍ନୀଗଙ୍ଗା ମାଙ୍କ ଚାଲିଛି ବଡ ଯାତ୍ରା। ଏଥିପାଇଁ ଏହି ଅଞ୍ଚଳ...

ଦିଗପହଣ୍ଡି ବିଡ଼ିଓଙ୍କୁ ବିଦାୟ ଏବଂ ତହସିଲଦାରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ବିଡ଼ିଓ ଡ଼.ଚିତ୍ତରଞ୍ଜନ ଦାସଙ୍କୁ ବିଦାୟ ଏବଂ ନବ...

ନିର୍ମଳଝର ରାସ୍ତାରେ ଅବକାରୀ ବିଭାଗର ଚଢ଼ାଉ; ୪୫୦ ଲିଟର ଦେଶୀମଦ ସହ କାର ଜବତ, ଜଣେ ଗିରଫ

ଖଲ୍ଲିକୋଟ,୧୯।୩( ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ନିର୍ମଳଝର ରାସ୍ତାରେ ଅବକାରୀ ବିଭାଗ ଚଢ଼ାଉ କରି ୪୫୦ ଲିଟର ଦେଶୀମଦ ସହ ଗୋଟିଏ କାରକୁ...

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

ବ୍ରହ୍ମପୁର, ୧୮।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ ପୋକ୍ସ ଜଜ୍‌ ଗଣେଶ୍ୱର ପତି ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଜଜ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image