Advertisement

ଶାଳକାଠ ଚୋରାଚାଲାଣବେଳେ ମାଡ଼ିବସିଲା ବନ ବିଭାଗ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନର ବଡପଶି ନିକଟରୁ ସୋମବାର ଅପରାହ୍ନ ଏକ ଶାଳ ଗଣ୍ଡି ବୋଝେଇ (ଓଡି ୧୧ଜେ୦୧୦୨ ନମ୍ବର) ଟ୍ରାକ୍ଟରକୁ ବନ ବିଭାଗ ଜବତ କରିଛି। ଟ୍ରାକ୍ଟରରୁ ୭ଟି ଗଣ୍ଡିକୁ ବନବିଭାଗ ଜବତ କରି ରେଞ୍ଜ କାର୍ଯ୍ୟାଳୟକୁ ଆଣିଛି। ଜବତ ଗଣ୍ଡି ଗୁଡ଼ିକର ମୂଲ୍ୟ ୧ ଲକ୍ଷରୁ ଉଦ୍ଧର୍‌ବ ଟଙ୍କା ହେବ ବୋଲି ରେଞ୍ଜର ବନ ବିହାରୀ ସର୍ଦ୍ଦାର କହିଛନ୍ତି।

ସୂଚନାଯୋଗ୍ୟ, ବଡପଶି ଗ୍ରାମ୍ୟ ଜଙ୍ଗଲରୁ ଗଛ କଟା ଯାଉଥିବାଖବର ପାଇ ବନ କର୍ମଚାରୀ ଚଢାଉ କରିଥିଲେ। ଟ୍ରାକ୍ଟରକୁ ବନ କର୍ମଚାରୀ ବଡପଶି ରାସ୍ତା ନିକଟରୁ ଜବତ କରିଛନ୍ତି । ଚଢ଼ାଉରେ ସାହାରପଡା ବନପାଳ ଭୂପତି ସେଠୀ, ବନରକ୍ଷୀ ଦୀପକ ରଣା,ରଞ୍ଜିତା ମହାନ୍ତ ଙ୍କ ସମେତ ପାରା ଷ୍ଟାଫ ତ୍ରିଲୋଚନ ମାହାନ୍ତ, ତ୍ରିଲୋଚନ ନାଏକ, ସଦେବ ସେଠୀ, ବାପୀ ମାଟିଆ, ଈଶ୍ୱର ମାଝି ପ୍ରମୁଖ ସାମିଲ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share