ପାଇଖାନାରେ ଲୁଚାଇ ରଖିଥିଲେ ବଜ୍ରକାପ୍ତା: ଚଢ଼ାଉ କରି ଉଦ୍ଧାର କଲା ବନ ବିଭାଗ ଟିମ୍‌

ନବରଙ୍ଗପୁର,୧୨।୮(ବି.ପ୍ର.)- ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅନ୍ତର୍ଗତ ପାନାରଚୁଆ ଗ୍ରାମର ଜଣଙ୍କ ଘରୁ ବନ ବିଭାଗ ଟିମ୍‌ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଘଟଣାରେ ଜଣକୁ ଗିରଫ କରଛି l ଗିରଫ ବ୍ୟକ୍ତି ହେଲେ ପାନାରଚୁଆ ଗାଁର ଘାସିଆ ସାନ୍ତା ।

ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଟିମ ପହଞ୍ଚି ତଦନ୍ତ କରିବା ସମୟରେ ବଜ୍ରକାପ୍ତାଟି ପାଇଖାନା ଘରୁ ଉଦ୍ଧାର କରାଯାଇଥିଲା l ବଜ୍ରକାପ୍ତାର ଓଜନ ପ୍ରାୟ ୭ କିଲୋ ହେବ ବୋଲି ଜଣାପଡିଛି। ଘଟଣାସ୍ଥଳରୁ ହିଁ ଜଣକୁ ଗିରଫ କରାଯାଇ ଅଧିକ ତଦନ୍ତ ଜାରି ରହିଛିl ଉଦ୍ଧାର କରାଯାଇଥିବା ବଜ୍ରକାପ୍ତାର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସୁରକ୍ଷିତ ସ୍ଥାନରେ ଛଡ଼ାଯିବ ବୋଲି ବନ ବିଭାଗ ଡିଏଓ ମଗର ଧନଜି ରାଓସୋ ସୂଚନା ଦେଇଛନ୍ତି।

Share