ଦୁର୍ବୃତ୍ତ ଚାଲାଣ କରୁଥିଲେ ଶୁଆ, ୪ ଜଣଙ୍କୁ ବାନ୍ଧିଲା ବନବିଭାଗ

ବୌଦ୍ଧ,୩ା୨ (ଅଜିତ କୁମାର ବାରିକ): ବେଆଇନ ଶୁଆ, କଇଁଛ ଚାଲାଣ ଅଭିଯୋଗରେ ବୌଦ୍ଧ ବନ ବିଭାଗ ପକ୍ଷରୁ ରବିବାର ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ବୌଦ୍ଧ ଥାନା ଅନ୍ତର୍ଗତ କଣ୍ଟୁଆଣି ଗ୍ରାମର କିଶୋର କୁମାର ସାହୁ, ସମ୍ବଲପୁର ଜିଲା ରେଢାଖୋଲ ଥାନା ସାଲେଇସିଙ୍ଗ ଗଁାର ଯୋଗେଶ୍ୱର ଦେହୁରୀ, ରେଢାଖୋଲ ସୁଦସାହିର ବଳରାମ ଜେନା, ରେଢାଖୋଲ ଖନ୍ଦାଢିପର ଆୟୁଷ କୁମାର ସାହୁ। ସେମାନଙ୍କଠାରୁ ୩ କଇଁଛ, ୧୫ ଶୁଆ ଜବତ କରାଯାଇଛି।
ବୌଦ୍ଧରେ ଶୁଆ ଚାଲାଣ ସମ୍ପର୍କିତ ସୂଚନା ବନ ବିଭାଗର ୱାଇଲ୍ଡ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଭୋପାଳ ପକ୍ଷରୁ ଦିଆଯିବା ପରେ ଖୋର୍ଦ୍ଧା ୱାଇଲ୍ଡ ଲାଇଫ ବିଭାଗ ପକ୍ଷରୁ ବୌଦ୍ଧ ବନ ବିଭାଗକୁ ଏନେଇ ଶନିବାର ସୂଚନା ଦିଆଯାଇଥିଲା। ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶରେ ବୌଦ୍ଧରେ ଅଧିକାରୀ ଅର୍ଚ୍ଚନା ଗମାଙ୍ଗ ଓ ଫରେଷ୍ଟର ଗୋବର୍ଦ୍ଧନ ମେହେରଙ୍କ ନେତୃତ୍ୱରେ ଶୁଆ ଚାଲାଣକାରୀଙ୍କୁ ଧରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏ ନେଇ ଶୁଆ ଶାବକ କ୍ରୟ କରିବା ପାଇଁ କିଶୋରଙ୍କୁ ଯୋଗାଯୋଗ କରାଯାଇଥିଲା। କିଶୋର ୩ଟି ଶୁଆ ଶାବକକୁ ନେଇ ବିକ୍ରୟ ପାଇଁ ପହଞ୍ଚିଥିଲେ। ପୂର୍ବ ଯୋଜନା ମୁତାବକ ବୌଦ୍ଧରେ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ଟିମ ତାଙ୍କୁ ଧରିଥିଲେ। ପ୍ରଥମେ ୩ ଶୁଆ ଶାବକ ଜବତ କରିବା ସହ କିଶୋରଙ୍କୁ ଅଟକ ରଖି ପଚରାଉଚୁରା କରାଯାଇଥିଲା। ଏହି କାରବାରରେ ଏକ ର଼୍ୟାକେଟ୍‌ କାର୍ଯ୍ୟ କରୁଥିବା ବିଭାଗୀୟ ଅଧିକାରୀ ଜାଣିବାକୁ ପାଇଥିଲେ। କିଶୋରଙ୍କ ସୂଚନାକୁ ଆଧାର କରି ଯୋଗେଶ୍ୱର, ବଳରାମ, ଆୟୁଷଙ୍କ ଘରେ ଚଢାଉ କରାଯାଇ ସେମାନଙ୍କ ନିକଟରୁ ୧୨ଟି ଶୁଆ ଶାବକ ଓ ୩ଟି କଇଁଛ ଜବତ କରାଯାଇଥିଲା। ଏ ନେଇ ଏକ ମାମଲା ରୁଜୁ କରାଯାଇ ବନ୍ୟଜନ୍ତୁ ସୁରକ୍ଷା ଆଇନ ଆଧାରରେ ଅଭିଯୁକ୍ତମାନଙ୍କୁ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣା ପରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନ୍ତର୍ଗତ ପ୍ରତିବନ୍ଧିତ ପଶୁ ପକ୍ଷୀଙ୍କୁ ଘରେ ପାଳନ ନ କରିବାକୁ ବନ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ରେ ଥୁଆ ହୋଇଛି ସ୍କୁଟି, ଗଛରେ ଝୁଲୁଛି ପ୍ରେମୀଯୁଗଳଙ୍କ ମୃତଦେହ

ଖୋର୍ଦ୍ଧା,୧୭।୪(ପ୍ରଭାତ ପାଣିଗ୍ରାହୀ): ରାସ୍ତାକଡ଼ରେ ଥୁଆ ହୋଇଛି ସ୍କୁଟି। ଗଛରେ ଝୁଲୁଛନ୍ତି ପ୍ରେମୀଯୁଗଳ। ଖୋର୍ଦ୍ଧା ଜଙ୍କିଆ ଥାନା ସିକୋ ଫାଣ୍ଡି ଅନ୍ତର୍ଗତ ବେଗୁନିଆ ବ୍ଲକର ବୋତଳମା ପଞ୍ଚାୟତ...

ବିଶ୍ୱରେ ପ୍ରଥମ ଥର ହେବାକୁ ଯାଉଛି Sperm Race, LIVE ଟେଲିକାଷ୍ଟବେଳେ ଟଙ୍କା ଲଗାଇବେ ବଡ଼ ବଡ଼ ସେଲିବ୍ରେଟି

ନୂଆଦିଲ୍ଲୀ,୧୭।୪: ଲସ ଆଞ୍ଜେଲସରେ ଏମିତି ଏକ ବିରଳ ଘଟଣା ଘଟିବାକୁ ଯାଉଛି, ଯାହାକୁ ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ। କିନ୍ତୁ ଏହା ପଛରେ...

DC vs RR: ସୁପର ଓଭରର ରୋମାଞ୍ଚରେ ଜିତିଲା ଦିଲ୍ଲୀ, ଟ୍ରିଷ୍ଟାନ ଷ୍ଟବସ୍ ଛକା ମାରି ଜିତାଇଲେ…

ନୂଆଦିଲ୍ଲୀ,୧୭ା୪: ଚଳିତ ଆଇପିଏଲ୍‌ରେ ବୁଧବାର ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଓ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା...

ବିଶ୍ବ କଳା ଦିବସ: କଳା ବଦଳିଲେ ବି ସତ୍ୟ ଲୁଚିବ ନାହିଁ

ବରଗଡ଼, ୧୭।୪(ପ୍ରେମାନନ୍ଦ ଖମାରୀ): ପ୍ରତିଟି ମଣିଷ ଭିତରେ ଆତ୍ମ ଅଭିବ୍ୟକ୍ତି ଓ ଆତ୍ମପ୍ରତିଷ୍ଠାର ମୋହ ରହିଛି। ଅର୍ଥାତ୍ ମଣିଷ ସର୍ବଦା ଚାହୁଁଥାଏ ଯେ, ଯାହା ଅଛି...

ଧାନକେଣ୍ଡାରେ ଅଗାଡ଼ି, ଜିଲାପାଳଙ୍କୁ ଫେରାଦ

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚାଷୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। କେତେବେଳେ ଫସଲରେ ରୋଗପୋକ ତ ଆଉକେବେ ଝଡ଼ବର୍ଷା ଯୋଗୁ ଚାଷୀଙ୍କ ଫସଲ ଉଜୁଡି ଯାଉଛି।...

‘ବସିଥିବା ଡାଳକୁ ହାଣୁଛନ୍ତି ଶାହା’

କୋଲକାତା,୧୭ା୪: ମୁର୍ଶିଦାବାଦରେ ଓ୍ବକ୍‌ଫ ଆଇନ ବିରୋଧୀ ହିଂସା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଦାୟୀ କରିଛନ୍ତି। ମମତା...

Naveen Patnaik: ପୁଣି ନିର୍ବାଚନ ଲଢିବେ ନବୀନ

ଭୁବନେଶ୍ୱର,୧୭ା୪(ସୁନିତ୍‌ ମିଶ୍ର): ବିଜେଡି ସଭାପତି ପଦ ଲାଗି ନବୀନ ପଟ୍ଟନାୟକ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିବେ। ଦଳର ରିଟର୍ନିଂ ଅଫିସର ପ୍ରତାପ ଦେବଙ୍କୁ ସେ...

ଶ୍ରୀକାନ୍ତଙ୍କ ଘରକୁ ଅଖିଳେଶଙ୍କ ଆସିବା ନେଇ ରାଜନୀତି

ଭୁବନେଶ୍ୱର, ୧୭ା୪(ସୁନିତ୍‌ ମିଶ୍ର): ସମାଜବାଦୀ ପାର୍ଟି(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିବା ଆରମ୍ଭ ହୋଇଛି। ଅଖିଳେଶ ଭୁବନେଶ୍ବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image