Advertisement

ଧରିତ୍ରୀରେ ଖବର ପ୍ରକାଶ ପରେ ତତ୍ପରତା ଦେଖାଇଲା ଜଙ୍ଗଲ, ପରିବେଶ ବିଭାଗ: ଶୁଖି ଯାଇଥିବା ଗଛରେ ଦିଆଗଲା ପାଣି

ରାଇକିଆ,୨।୩(ପ୍ରଦୀପ ବେହେରା): ବନୀକରଣ ପାଇଁ ପ୍ରତ୍ୟେକ ବର୍ଷ ବ୍ୟାପକ ଚାରାରୋପଣ କରାଯାଉଅଛି ।ପରବର୍ତ୍ତୀ ସମୟରେ ଗଛ ଗୁଡ଼ିକର ସୁରକ୍ଷା ପାଇଁ ସଠିକ ତଦାରଖ କରାଯାଉ ନ ଥିବା ଯୋଗୁ ବହୁମୂଲ୍ୟ ଗଛ ନଷ୍ଟ ହେଉଛି । ବିଶେଷ କରି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଗୁଡ଼ିକରେ ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଆବଶ୍ୟକ ଅନୁଯାୟୀ ନିୟମିତ ପାଣି ଦେବା ବ୍ୟବସ୍ଥା ରହିଛି ।

ଏ ନେଇ ଅର୍ଥ ମଧ୍ୟ ବ୍ୟୟ କରାଯାଉଅଛି । ମାତ୍ର ରାଇକିଆ ରେଞ୍ଜ ଅଧୀନରେ ବିଭିନ୍ନ ସ୍ଥାନରେ ସଠିକ ସମୟରେ ପାଣି ଦିଆଯାଉନାହିଁ । ଫଳରେ ଚାରା ଗୁଡ଼ିକ ନଷ୍ଟ ହେଉଛି । ଏ ନେଇ ଏକ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବାରୁ ଶୁଖି ଯାଇଥିବା ଗଛ ଗୁଡ଼ିକରେ ଟ୍ୟାଙ୍କର ଯୋଗେ ପାଣି ଦିଆଯାଇଛି । ତେବେ ଏହାକୁ ଆବଶ୍ୟକ ଅନୁସାରେ ନିୟମିତ ପାଣି ଦେବା ପାଇଁଁ ଦାବି ହେଉଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share