ନଷ୍ଟ ହେଉଛି ଚାରା, ଦାୟିତ୍ୱ ତୁଲାଉନି ଜଙ୍ଗଲ ପରିବେଶ ବିଭାଗ

ରାଇକିଆ,୨୨ା୨(ପ୍ରଦୀପ ବେହେରା): ଚାରାରୋପଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ଏହାର ସୁରକ୍ଷା ପାଇଁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛି। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନ କରାଯାଉଛି। ମାତ୍ର ଏବେ ବନ ବିଭାଗ ଏହି ଦାୟିତ୍ୱରୁ ଦୂରେଇ ଯାଉଥିବା ଲକ୍ଷ୍ୟ କରାଯାଉଛି। କନ୍ଧମାଳ ଜିଲା ରାଇକିଆ ବନାଞ୍ଚଳର କଲେଜ ଛକଠାରୁ ବୀର ଛକ ପର୍ଯ୍ୟନ୍ତ ୧୦ କି.ମି. ବ୍ୟାପୀ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନଆରଇଜିଏସ୍‌)ରେ ୨୦୨୪-୨୦୨୫ ବର୍ଷରେ କରାଯାଇଥିବା ପଥପାର୍ଶ୍ୱ ଚାରାରୋପଣର ଚାରାଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଗଲାଣି । ଚାରାରୋପଣ ପରେ ଠିକ ସମୟରେ ଆବଶ୍ୟକ ଅନୁଯାୟୀ ପାଣି ନ ଦେବାରୁ ତାର ଜାଲି ଭିତରେ ଥିବା ଗଛସବୁ ପାଣି ଅଭାବରୁ ଶୁଖିଗଲାଣି। ସେଠାରେ ଥିବା ଫଳକରେ ମଧ୍ୟ ଚାରା ସଂଖ୍ୟା, ଖର୍ଚ୍ଚ ହୋଇଥିବା ଅର୍ଥ ପରିମାଣ ଉଲ୍ଲେଖ ନାହିଁ। ବର୍ଷ ତମାମ ସଚେତନତା ବାର୍ତ୍ତା ବାଣ୍ଟୁଥିବା ବିଭାଗ ନିଜେ ଏଥିପ୍ରତି ସଚେତନ ନ ରହିବା ନେଇ ପରିବେଶବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ରାଇକିଆ ରେଞ୍ଜର ଯୁଧିଷ୍ଠିର ବେହେରାଙ୍କୁ ପଚାରିବାରୁ ସେ କହିଲେ, ଏମ୍‌ଜିଏନଆରଇଜିଏସ୍‌ରେ ଚାରାରୋପଣ ଜୁଲାଇରେ କରା ନ ଯାଇ ବିଳମ୍ବରେ କରାଯାଇଥିବାରୁ ଏଭଳି ପରିସ୍ଥିତି ହୋଇଛି । ତୁରନ୍ତ ବୃକ୍ଷରେ ପାଣି ଦେବା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ଗସ୍ତ ପାଇଁ କାର୍ଯ୍ୟସୂଚୀ ଘୋଷଣା: ଜାଣନ୍ତୁ କେବେ ଭେଟିବ ଭାରତ

ନୂଆଦିଲ୍ଲୀ,୧୫।୪: ଭାରତୀୟ କ୍ରିକେଟ ଦଳ ଅଗଷ୍ଟରେ ବାଂଲାଦେଶ ଗସ୍ତରେ ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚର ସିରିଜ ଖେଳିବ। ଏହି ଗସ୍ତ ଦିନିକିଆ ସିରିଜ...

ଅଗ୍ନି ସୁରକ୍ଷା ପ୍ରତି ସମର୍ପିତ ହୁଅ

ସମ୍ବଲପୁର,୧୫ା୪(ପ୍ରମୋଦ ବହିଦାର): ସୁରକ୍ଷିତ ମାନବସମ୍ବଳ ଦ୍ୱାରା ଦେଶର ଆର୍ଥତ୍କ ଉନ୍ନତି ଓ ପ୍ରଗତି ସମ୍ଭବ। ସମ୍ବଲପୁର ରିଜର୍ଭ ପୋଲିସ ଲାଇନ୍‌ ପଡ଼ିଆରେ ଜିଲା ଅଗ୍ନିଶମ ବିଭାଗ...

ପାଣି ପାଇଁ ଛଟପଟ ଗ୍ରାମବାସୀ

ଝାରସୁଗୁଡ଼ା,୧୫।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ସଦର ବ୍ଲକ ଅଧୀନ କୁ. କଣ୍ଟାପାଲି ଗ୍ରାମରେ ଥିବା ଜଳ ଯୋଗାଣ ବିଭାଗ ଟ୍ରାନ୍ସଫର୍ମର ଗତ ବୁଧବାର ରାତିଠାରୁ...

ମଦ ଚୋରାଚାଲାଣ ବେଳେ ଧରିଲେ ଗ୍ରାମବାସୀ

ବେହେରା,୧୫ା୪ (ଭୂପେଶ ତିୱାରୀ): କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ବେହେରାଠାରେ ଥିବା ବିଦେଶୀ ମଦ ଦୋକାନର ଦୁଇଜଣ କର୍ମଚାରୀ ବିଦେଶୀ ମଦ ଚୋରା ଚାଲାଣ କରୁଥିବା...

ଅଧିକ ପାଠପଢ଼ି ଭବିଷ୍ୟତ ଉଜ୍ଜ୍ୱଳ ଲାଗି ଆହ୍ବାନ

ଭଞ୍ଜନଗର,୧୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀ ଛାତ୍ରଙ୍କୁ...

ସେବାଶ୍ରମ ଛାତ୍ରୀଛାତ୍ରଙ୍କୁ ମହୁମାଛି ଆକ୍ରମଣ: ୪୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ କାମୁଡିଲା, ୪ ଗୁରୁତର

ଦାରିଙ୍ଗବାଡି, ୧୫।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତରେ ଥିବା ସେବାଶ୍ରମରେ ମହୁମାଛି ଆକ୍ରମଣରେ ପ୍ରାୟ ୪୦ରୁ ଉର୍ଦ୍ଧ ଛାତ୍ରୀଛାତ୍ର ଆହତ ହୋଇଥିବା...

ବିଜୁ ପ୍ରତିମୂର୍ତ୍ତି ପୋଡ଼ିବା ପରେ ତାତିଲା ବିଜେଡି : ଦେବୀ, ଅରୁଣ, ପ୍ରତାପ କହିଲେ…

ଭୁବନେଶ୍ୱର, ୧୫।୪: ପାଟଣାଗଡ଼ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ିବା ଘଟଣାରେ ବିଜେଡିର ବରିଷ୍ଠ ନେତା ପ୍ରେସମିଟ କରିଛନ୍ତି। ବିଜୁ ପ୍ରତିମୂର୍ତ୍ତି ପୋଡିବାକୁ ନିନ୍ଦନୀୟ ବୋଲି କହଛି...

ପ୍ରମିଳା କହିଲେ ଆମ ଦଳରେ ସବୁ ଠିକ୍‌ : ନବୀନଙ୍କ ସପକ୍ଷରେ ସମସ୍ତେ

ଭୁବନେଶ୍ୱର,୧୫।୪: ଓ୍ବକଫ୍‌ ବିଲ୍‌କୁ ନେଇ ବିଜେଡିରେ ଫାଟ ସୃଷ୍ଟି ହୋଇଥିଲା। ପରେ ନେତାଙ୍କ ମେଳି ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣାକୁ ନେଇ ଆମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image