ହାତୀ କଙ୍କାଳ ମିଳିବା ମାମଲା: ଫରେଷ୍ଟ ଗାର୍ଡ ନିଲମ୍ବିତ

ଆଠଗଡ଼,୨୦।୬(ଡି.ଏନ୍‌.ଏ.): ଆଠଗଡ଼ ବନ ବିଭାଗ ପକ୍ଷରୁ ଗତ ୧୪ ତାରିଖରେ ହାତୀ କଙ୍କାଳ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ଫରେଷ୍ଟ ଗାର୍ଡ ପ୍ରଭାତ ପ୍ରଧାନଙ୍କୁ ସୋମବାର ଚାକିରିରୁ ନିଲମ୍ବିତ କରାଯାଇଛି। ଏଥିସହ ବନ ବିଭାଗ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ୬ ଜଣ ବନ କର୍ମଚାରୀ ନିଲମ୍ବିତ ହୋଇଥିବା ବେଳେ ମୋଟ ୭ ଜଣ ଗିରଫ ହୋଇଛନ୍ତି।
ଅନ୍ୟପକ୍ଷରେ ନରସିଂହପୁର ପୂର୍ବ ବନାଞ୍ଚଳ ଜୟପୁର ସେକ୍ସନରେ ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହି ମାମଲାର ତଦନ୍ତ କରି ବନ ବିଭାଗ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share