Advertisement

ଜଙ୍ଗଲ ଜମି ପଟ୍ଟା ବଣ୍ଟନ: ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା, ସୁରକ୍ଷା ଦେବାକୁ ନିବେଦନ

ବ୍ରାହ୍ମଣୀଗାଁ,୬ା୪ (ମନୋରଞ୍ଜନରଣା) : କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟ ପକ୍ଷରୁ ବ୍ରାହ୍ମଣୀଗାଁ ବନାଞ୍ଚଳ କାର୍ଯ୍ୟାଳୟ ପରିସର ମଧ୍ୟରେ ଶନିବାର ଦିନ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ରାଜସ୍ବ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କାଟିଙ୍ଗା ଗ୍ରାମ ପଞ୍ଚାୟତ ରାମ୍ବେଲି ଗ୍ରାମର ୬୧ ଜଣ ହିତଧିକାରୀଙ୍କୁ ତହସିଲଦାର ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ । ପରେ ଜଙ୍ଗଲ ଜମି ପଟ୍ଟା ର ଉପଯୋଗୀତା , ଜଙ୍ଗଲ ଅଧିକାର ଆଇନ ୨୦୨୬ ବିଷୟ ରେ ଲୋକ ମାନଙ୍କୁ ପୁଙ୍ଖାନ ପୁଙ୍ଖ ଜଣାଇ ଦିଆଗଲା ଏବଂ ପ୍ରାକୃତିକ ବିପର୍ଯ୍ୟରେ ଧନ ଜୀବନ କ୍ଷେୟ କ୍ଷତି ହେଲେ କିପରି ସରକାରୀ ସହାୟତା ପାଇପାରିବେ ସେ ବିଷୟରେ ଅବଗତ କରାଯାଇଥିଲା । ପରେ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ହରିହର ବେହେରା ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରାଯାଇ ପାରିବ, ବନ୍ୟ ଜୀବଜନ୍ତୁ ଙ୍କ ସୁରକ୍ଷା ଏବଂ
ଲୋକେ ବିଭିନ୍ନ ଉପାୟରେ ଜଙ୍ଗଲକୁ ସୁରକ୍ଷା କଲେ ସେ ହିଁ ଦିନେ ଆମକୁ ଆକସ୍ମିକ ବିପର୍ଯ୍ୟରୁ ରକ୍ଷା କରିବା ବୋଲି ଲୋକଙ୍କୁ ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଦାପୁର ସେକ୍ସନ ଇନ୍ ଚାର୍ଜ ସନ୍ତୋଷ କୁମାର ପଟ୍ଟନାୟକ , କାଟିଙ୍ଗା ସେକ୍ସନ ଇନ୍ ଚାର୍ଜ ଆଶିଷ କୁମାର ପ୍ରଧାନ , ଅମିନ ଟୁନା ବେହେରା , ଏମ ଆଇ ଏସ ପ୍ରଦୀପ କୁମାର ସାହୁ , ପ୍ରଦାନ ସ୍ଵେଚ୍ଛସେବୀ ଅନୁଷ୍ଠାନ ର କର୍ମୀ ସୁମନ୍ତ ଦିଗାଲ ଯୋଗ ଦେଇଥିବା ବେଳେ ବ୍ରାହ୍ମଣୀଗାଁ ବନାଞ୍ଚଳ ର କର୍ମକର୍ତ୍ତା ସହଯୋଗ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share