Posted inରାଜ୍ୟ

କୁନ୍ତଳାଙ୍କ ପାଖକୁ ଫେରିଆସିଲା ବାର୍‌ହା

କେନ୍ଦୁଝର/ତେଲକୋଇ,୧୭।୩ – ପୋଷାମାନି ମଣିଷଙ୍କ ମେଳରେ ରହୁଥିବା ଏକ ବାର୍‌ହାକୁ ବନ ବିଭାଗ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିଲା। ଏହି ଘଟଣା ଖୁବ୍‌ ଚର୍ଚ୍ଚା ସାଉଁଟିଥିଲା। ୮ ଦିନ ପରେ ପ୍ରିୟ ମଣିଷ ପାଖକୁ ଫେରି ଆସିଛି ସେହି ବାର୍‌ହା। ଏହି ବାର୍‌ହା ଏବେ କେଉଁଠି ରହିବ ସ୍ଥିର ହୋଇ ନ ଥିବା ବେଳେ ସ୍ନେହ ଆଦରର ଧୁଡ଼ୁ(ବାର୍‌ହାର ନାମ)କୁ ଫେରିପାଇଛନ୍ତି ଏହାକୁ ପାଳିଥିବା ତେଲକୋଇ ବ୍ଲକ ପୁରୁଷୋତ୍ତମପୁର ଗ୍ରାମର କୁନ୍ତଳା ପେଣ୍ଠେଇ ଓ ତାଙ୍କ ପରିବାର ଲୋକେ।

ଧୁଡ଼ୁକୁ ଫେରାଇ ଆଣିବା ପାଇଁ କୁନ୍ତଳାଙ୍କ ପରିବାର ଲୋକଙ୍କୁ କମ୍‌ ପରିଶ୍ରମ କରିବାକୁ ପଡ଼ିନି। ବୁଧବାର କୁନ୍ତଳା ଓ ତାଙ୍କ ଝିଅ ଘରଠାରୁ ୨୦ କି.ମି. ଦୂର ସମାକୋଇ ଜଙ୍ଗଲରେ ପହଞ୍ଚି ଧୁଡ଼ୁ ନାଁ ଧରି ଡାକିଥିଲେ। ତାଙ୍କ ଡ଼ାକ ଶୁଣି ଘଞ୍ଚ ଜଙ୍ଗଲରେ ଥିବା ଧୁଡ଼ୁ ସେମାନଙ୍କ ପାଖକୁ ଧାଇଁ ଆସିଥିଲା। ମା’ ଝିଅ ସାଙ୍ଗରେ ନେଇଥିବା ଭାତ ତାକୁ ଖାଇବାକୁ ଦେଇଥିଲେ। ଆନନ୍ଦରେ ସେହି ଭାତକୁ ଖାଇ ଧୁଡ଼ୁ ସେମାନଙ୍କ ସାଙ୍ଗରେ ପୁରୁଷୋତ୍ତମପୁର ଫେରି ଆସିଥିଲା।

 

ଉଲ୍ଲେଖଯୋଗ୍ୟ ଯେ, ଦୁଇ ବର୍ଷ ତଳେ ଜଙ୍ଗଲକୁ ଜାଳେଣୀ କାଠ ଆଣିବାକୁ ଯାଇଥିବା ବେଳେ ମା’ ଠାରୁ ଅଲଗା ହୋଇ ଏକୁଟିଆ ବୁଲୁଥିବା ଏକ ବାର୍‌ହା ଛୁଆକୁ ପାଇ କୁନ୍ତଳା ଘରକୁ ନେଇ ଆସିଥିଲେ। ସେ ତାକୁ ଖାଇବା ପିଇବାକୁ ଦେଇ ନିଜ ପିଲା ଭଳି ପାଳି ଆସୁଥିଲେ। ବାର୍‌ହା ଛୁଆଟି ବଡ଼ ହେବା ପରେ ଅଭିଯୋଗ ପାଇ ବନ ବିଭାଗ ଗତ ମଙ୍ଗଳବାର ତାକୁ ଉଦ୍ଧାର କରି ସମାକୋଇ ଜଙ୍ଗଲରେ ଛାଡ଼ି ଦେଇଥିଲେ। ବାରହାକୁ ଝୁରି ଝୁରିି ଦୁଃଖରେ ଦିନ କାଟୁଥିଲେ କୁନ୍ତଳା। ବନ ବିଭାଗ ବାରହାକୁ ନେଇଯିବା ପରେ ପ୍ରତିଦିନ ସେ ଜଙ୍ଗଲରେ ବୁଲି ବୁଲି ତାକୁ ଖୋଜୁଥିଲେ।
ଏ ସଂକ୍ରାନ୍ତରେ ତେଲକୋଇ ରେଞ୍ଜ ଅଧିକାରୀ ପ୍ରମୋଦ କୁମାର ସେଠୀଙ୍କୁ ପଚାରିବାରୁ ଘରେ ବନ୍ୟ ପ୍ରାଣୀ ରଖିବା ବେଆଇନ। ବାର୍‌ହାକୁ ପାଖରେ ରଖିଥିବା ପରିବାର ଲୋକଙ୍କୁ ପୁଣି ବୁଝାଶୁଝା କରି ଦୂର ଜଙ୍ଗଲରେ ଛାଡ଼ିବା ବ୍ୟବସ୍ଥା କରିବୁ। ନଚେତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି: ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲେ ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତଦିନରେ ଅଦିନିଆ ବର୍ଷା କାରଣରୁ ଚାଷୀମାନେ କ୍ଷତିର ସାମ୍ନା କରିଛନ୍ତି। ଅନେକ ଜିଲାରେ ଧାନ ବିଲରେ ଧାନ ଭାସି ଯାଇଥିବା ବେଳେ ବାଦାମ...

୨୦୨୪ ନିର୍ବାଚନରେ ଅନିୟମିତତା ଅଵିହଯୋଗ ଆଣିଲା ବିଜେଡି, ଭୋଟ୍ ପାର୍ଥକ୍ୟ ନେଇ ଆପତ୍ତି

ଭୁବନେଶ୍ୱର,୨୩।୧୨: ୨୦୨୪ ଗତ ସାଧାରଣ ନିର୍ବାଚନରେ ବଡ଼ ଅନିୟମିତତା ଅଭିଯୋଗ ଆଣିଛି ବିଜୁ ଜନତା ଦଳ। ସୋମବାର ବିଜେଡି ସଂସଦୀୟ ଟିମ୍‌ ନିର୍ବାଚନ କମିଶନରଙ୍କୁ ଭେଟି...

ଆଉ ଦିନକ ପରେ ବଡଦିନ: ରାଇକିଆ ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ,୨୩।୧୨(ପ୍ରଦୀପ ବେହେରା): ଆଉ ଦିନକ ପରେ ବଡଦିନ। ଏନେଇ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସଜସଜ୍ଜା ସାଙ୍ଗକୁ ବ୍ୟାପକ ପ୍ରସ୍ତୁତି ଚାଲିଛି।...

ବନ ବିଭାଗର ବଡ଼ ଧରଣର ଚଢ଼ାଉ: ଧରାପଡ଼ିଲେ ବାଘ ଛାଲ ରାକେଟ୍‌

ଭୁବନେଶ୍ୱର,୨୩।୧୨: ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲାରେ ସୋମବାର ବନ ବିଭାଗ ଏବଂ ସ୍ପେଶାଲ ସ୍କ୍ବାଡ୍‌ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଚଢାଉ ବେଳେ ଅଧିକାରୀମାନେ...

ଜିନ୍ନତକୁ ଟ୍ରାଙ୍କୁଲାଇଜ ପାଇଁ ଚାଲିଛି ଉଦ୍ୟମ

ଭୁବନେଶ୍ୱର,୨୩।୧୨: ଶିମିଳିପାଳରୁ ଖସି ପଳାଇଥିବା ବାଘୁଣୀ ଜିନ୍ନତକୁ ଓଡ଼ିଶା ଫେରାଇ ଆଣିବାକୁ ବନ ବିଭାଗ କସରତ ଆରମ୍ଭ କରିଦେଇଛି। ବାଘୁଣୀ ଜିନ୍ନତ ଏବେ ପଶ୍ଚିମବଙ୍ଗ ପୁରୁଲିଆରେ...

ରୁବେନ ବାନାର୍ଜୀଙ୍କ ବହିକୁ ନେଇ ବିଜେଡିରେ କମ୍ପନ: ମୁହଁ ଖୋଲିଲେ ଅରୁଣ ସାହୁ

ଭୁବନେଶ୍ୱର,୨୩।୧୨: ବଙ୍ଗାଳୀ ଲେଖକ ରୁବେନ ବାନାର୍ଜୀଙ୍କ ପୁସ୍ତକ ‘ନବୀନ ପଟ୍ଟନାୟକ-ଦ ଅଥରେଟିଭ୍‌ ବାୟୋଗ୍ରାଫି ରିଭାଇଜ୍‌ଡ୍‌ ଆଫ୍ଟର ୨୦୨୪ ଇଲେକ୍ସନ’କୁ ନେଇ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି।...

ଓଡ଼ିଶାର ଆଉ ଏହି ୩ଟି ସ୍ଥାନରେ ଲାଗିବ ଡପଲର ରାଡାର

ଭୁବନେଶ୍ୱର,୨୩।୧୨: ଓଡ଼ିଶାର ଆଉ ୩ଟି ସ୍ଥାନରେ ଡପଲର ରାଡାର ଲାଗିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର...

ଭୁବନେଶ୍ୱରରେ ଲେଫ୍ଟ ଫ୍ରି’ ନିୟମ ବାଟବଣା

ଭୁବନେଶ୍ୱର,୨୩ା୧୨(ସତ୍ୟଜିତ୍‌ ରାଉତ): ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍‌ ଯନ୍ତ୍ରଣା ଅସହ୍ୟ ହେଉଛି। ବିଭିନ୍ନ ସମୟରେ ଅସମ୍ଭାଳ ଭିଡ଼ ଯୋଗୁ ଲୋକେ ରାସ୍ତାରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri