ଚୁଲି ଚାନ୍ଦା, ଠେଙ୍ଗା ପାଳିରେ ଜଙ୍ଗଲ ସୁରକ୍ଷା

ନୟାଗଡ଼ ଅଫିସ,୧୪।୧୦:ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଟାକରା ପଞ୍ଚାୟତ ବାଙ୍କ ତଇଲା  ଗାଁର ଆଦିବାସୀ ଲୋକଙ୍କ ଜଙ୍ଗଲ ସୁରକ୍ଷା ନିଶା ବନ୍ୟଜନ୍ତୁ ସଂଖ୍ୟା ବଢ଼ାଇବାରେ ସହଯୋଗ କରିଛି। ଏଥିପାଇଁ ଅବାଧ ଶିକାର ରୋକାଯାଇ ପାରିଛି। ଚୁଲି ଚାନ୍ଦା ଓ ଠେଙ୍ଗା ପାଳିରେ ଜଙ୍ଗଲ ସୁରକ୍ଷା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଯୋଗାଇଛି।
ବାଇଶପଲ୍ଲୀ ଅଭୟାରଣ୍ୟର ଦାନ୍ଦିଗଛ ଜଙ୍ଗଲ ଓ ଗ୍ରାମ୍ୟ ଜଙ୍ଗଲ ଛଞ୍ଚାଣ ପଦା ହେବାରେ ଲାଗିଥିଲା। କେତେଜଣ ବ୍ୟକ୍ତି ଜଙ୍ଗଲରୁ ମୂଲ୍ୟବାନ ଶାଳ, ପିଆଶାଳ, ଅସନ, ବାନ୍ଧଣ ପରି ଗଛକୁ କାଟି ନେଇ ଚୋରା ଚାଲାଣ କରୁଥିଲେ। ବାଉଁଶ ଦିନ ରାତି ଚୋରି ହେଉଥିଲା। ଏପରି ଜଙ୍ଗଲ କ୍ଷୟକୁ ବାଙ୍କ ତଇଲା  ଗାଁ ଲୋକେ ବିରୋଧ କରୁଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। କାରଣ ଆଦିବାସୀମାନେ ଏକାଠି ହୋଇ ପ୍ରତିବାଦ କରୁ ନ ଥିଲେ। ଗୋଷ୍ଠୀ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ଏକ ଅନୁଷ୍ଠାନଠାରୁ ସୂଚନା ମିଳିବା ପରେ ଗତ ୩ ବର୍ଷ ତଳେ ଗ୍ରାମବାସୀ ଏକ ବୈଠକ ଡାକିଥିଲେ। ଉକ୍ତ ବୈଠକର ନିଷ୍ପତ୍ତି ଅନୁଯାୟୀ  ଗାଁ ଲୋକେ ଜଙ୍ଗଲ ଜଗିବାକୁ ସ୍ଥିର କଲେ। ପ୍ରାୟ ୪ମାସ ପର୍ଯ୍ୟନ୍ତ ୨୦ରୁ ଊର୍ଦ୍ଧ୍ୱ ଲୋକ ଜଙ୍ଗଲକୁ ଜଗିଲେ। ପରେ ପ୍ରତିଦିନ ୨ଜଣ ଲୋକ ଜଙ୍ଗଲ ଜଗିଲେ। ହେଲେ ଗ୍ରାମବାସୀଙ୍କ ଏପରି ପଦକ୍ଷେପକୁ କାଠ ମାଫିଆ ଓ ଶିକାରୀମାନେ ସହଜରେ ଗ୍ରହଣ କରି ପାରି ନ ଥିଲେ। ଏହାକୁ ନେଇ ସେମାନେ ଗାଁରେ ଗଣ୍ଡଗୋଳ କରିବା ସହ କେତେଜଣଙ୍କୁ ମାର୍‌ପିଟ୍‌ କରିବାକୁ ପଛାଇ ନ ଥିଲେ। ଆଦିବାସୀ ଲୋକେ ସେମାନଙ୍କୁ ବୁଝାଶୁଝା କରି ଜଙ୍ଗଲକୁ ସୁରକ୍ଷା ଦେଲେ। ଇତିମଧ୍ୟରେ ୩ବର୍ଷ ବିତିଛି। ଦିନେ ଯେଉଁ ଜଙ୍ଗଲ ବୃକ୍ଷ ଓ ଜୀବଜନ୍ତୁଶୂନ୍ୟ ହୋଇ ଆସୁଥିଲା, ସେଠାରେ ଏବେ ସବୁଜିମା ଭରିଛି। ଜଙ୍ଗଲରେ ବାର୍‌ହା, କୁଟୁରା, ଝିଙ୍କ, ଭାଲୁ ଦେଖାଗଲେଣି। କଲରାପତରିଆ ବାଘକୁ ମଧ୍ୟ ସେହି ଜଙ୍ଗଲରେ ଦେଖିବାକୁ ମିଳୁଥିବା ଗ୍ରାମବାସୀ କହିଛନ୍ତି। ଧାନ ଫସଲ ନଷ୍ଟ କଲେ ମଧ୍ୟ ଆଉ ବାର୍‌ହା ଶିକାର କରାଯାଉନାହିଁ। କ୍ଷତି ପାଇଁ ଚାଷୀ ବନ ବିଭାଗକୁ ଫେରାଦ୍‌ ହେଉଛି। ପୁଣି କଟା ହୋଇଥିବା ଶାଳ, ପିଆଶାଳ, ଅସନ, ବାନ୍ଧଣଗଛରୁ ପୁଣି କେନା ବାହାରି ନୂଆ ଗଛ ଉଠିଲାଣି।
ଏନେଇ ଜଙ୍ଗଲ କମିଟି ସମ୍ପାଦିକା ସୁକାନ୍ତି ନାୟକ କୁହନ୍ତି, ଦାନ୍ଦିଗଛ ଜଙ୍ଗଲ ଓ ଗ୍ରାମ୍ୟ ଜଙ୍ଗଲ ଛଞ୍ଚଣର ସୁରକ୍ଷା ପାଇଁ  ଗାଁ ଲୋକେ ଗ୍ରାମ୍ୟ ଗୋଷ୍ଠୀ ସମ୍ବଳ ଅଧିକାର କମିଟି ଗଠନ କରିଛନ୍ତି। ଗାଁ ର ୪୨ପରିବାରର ୨୧୨ ବାସିନ୍ଦାଙ୍କ ଏଥିପ୍ରତି ସହମତି ରହିଛି। ଆଦିବାସୀମାନେ ମାସକୁ ୨୦ ଟଙ୍କା ଲେଖାଏଁ ଚୁଲି ଚାନ୍ଦା ଦେଇ ଠେଙ୍ଗା ପାଳି ମାଧ୍ୟମରେ ଜଙ୍ଗଲ ଜଗୁଛନ୍ତି। ସଭାପତି ଲକ୍ଷ୍ମୀଧର ମୁଦୁଲି କୁହନ୍ତି, ପାଖରେ ଅଭୟାରଣ୍ୟ ଥିବାରୁ ବନ୍ୟ ଜୀବଜନ୍ତୁ ଅଳ୍ପଦିନ ମଧ୍ୟରେ ଜଙ୍ଗଲରେ ଦେଖାଦେଲେ। ଶିକାରୀମାନେ ଆଉ ଆଗ ପରି ଶିକାର କରୁନାହାନ୍ତି। ଯଦି କେତେବେଳେ ଶିକାର ହେଉଛି, ତାହାକୁ ଆଦିବାସୀମାନେ ପ୍ରତିବାଦ କରୁଛନ୍ତି। ଆବଶ୍ୟକ ପଡ଼ିଲେ ଶିକାରୀମାନଙ୍କୁ ଦଣ୍ଡିତ କରାଯାଉଥିବାରୁ ଶିକାର କମିବାରେ ଲାଗିଛି। ଅପରପକ୍ଷେ ଆଦିବାସୀଙ୍କ ରୋଜଗାର ବଢ଼ିବା ଆରମ୍ଭ ହୋଇଛି। ଜଙ୍ଗଲରୁ ହରିଡା, ବାହାଡା, ତେନ୍ତୁଳି, କଇଁଥ ସଂଗ୍ରହ କରାଯାଇ ବାହାରେ ବିକ୍ରି କରାଯାଉଛି। ପୁଣି ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ସଂଗ୍ରହ କରି ଖଲି ପ୍ରସ୍ତୁତ କରି ଆଦିବାସୀ ମହିଳାମାନେ ରୋଜଗାର କରୁଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri