
ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ସାଲୁଆପଲ୍ଲୀ ନର୍ସରୀ ପରିସରରେ ଜଙ୍ଗଲ ନିଆଁ ରୋକିବା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ନିଆଁ ରୋକିବା ପାଇଁ ଉପସ୍ଥିତ ଲୋକଙ୍କ ସହଯୋଗ କାମନା କରିଥିଲେ। ରେଞ୍ଜର ପୃଥିବୀରାଜ ପ୍ରଧାନ ବୈଠକରେ ଅଧ୍ୟକ୍ଷତା କରି ବିଭାଗୀୟ କର୍ମଚାରୀ ଏବଂ ବନ ସୁରକ୍ଷା ସମିତି କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ବୟ ରହିଲେ ଜଙ୍ଗଲ ସୁରକ୍ଷିତ ରହିପାରିବ ବୋଲି କହିଥିଲେ। ଏଥିପାଇଁ ସମସ୍ତେ ସଚେତନ ହେବାକୁ ସେ ଆହ୍ବାନ ଦେଇଥିଲେ। ବନ୍ୟପ୍ରାଣୀ ସୁରକ୍ଷା କମିଟିର ବରିଷ୍ଠ ସଭ୍ୟ ରମେଶ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ମତ ରଖିଥିଲେ। ସେହିଭଳି ମୁଜାଗଡ ରେଞ୍ଜ ବାପାଙ୍ଗି ମନ୍ଦିରରେ ମଧ୍ୟ ଏକ ସଚେତନତା ସଭା ହୋଇଥିଲା। ଏଥିରେ ରେଞ୍ଜ ଅଧିକାରୀ ବିମ୍ବାଧର ସାହୁ ସଭାପତିତ୍ୱ କରିଥିଲେ। ବନପାଳ ଅନୁପ ବିଷୋୟୀ ସଭା ସଂଯୋଜନା କରିଥିଲେ।