ଜଙ୍ଗଲ ସୁରକ୍ଷା ପାଇଁ ରାଜରାସ୍ତାରେ ବସିଲେ

କୋକସରା,୭ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଜୀବନ ଯାଉ ପଛେ ସାହାଜଖୋଲ ଜଙ୍ଗଲ ବଞ୍ଚିଥାଉ ଏହି ନାରା ଦେଇ ଗୁରୁବାର ଧର୍ମଗଡ ବନାଞ୍ଚଳ ସାହାଜଖୋଲ ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ କୋକସରା ବ୍ଲକ ଆମପାଣି ଫରେଷ୍ଟ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ରାଜପଥ ୨୬ ଅବରୋଧ କରାଯାଇଥିଲା। ଏଥି ସହ ଆମପାଣି ଫରେଷ୍ଟ ସେକ୍ସନ କାର୍ଯ୍ୟାଳୟରେ ତାଲା ପକାଇ କମିଟି ସଭାପତି ହେମନ୍ତ ମାଝିଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ପ୍ରତିବାଦ କରିଥିଲେ।

ରାସ୍ତା ଅବରୋଧ ଫଳରେ ଭବାନୀପାଟଣା ଜୟପୁର ଜାତୀୟ ରାଜପଥ ୨୬ ମଧ୍ୟରେ ଗାଡି ଚଳାଚଳ ଠପ ହୋଇଥିଲା। ଏଥିଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଜଙ୍ଗଲ ସୁରକ୍ଷା ପାଇଁ ଶାନ୍ତି କମିଟିର ନିଷ୍ପତ୍ତି କଳାହାଣ୍ଡି ଜଙ୍ଗଲ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ନ ହେବା, ଅବାଧ ମକାଚାଷ, ଜଙ୍ଗଲରେ କାଠ ମାଫିଆଙ୍କ ପ୍ରାଦୁର୍ଭାବ, ନୂତନ ଜଙ୍ଗଲ ସୃଷ୍ଟି ନାଁରେ ବନୀକରଣରେ ଦୁର୍ନୀତି ଆଦି ଅଭିଯୋଗ ନେଇ ଜଙ୍ଗଲ ସୁରକ୍ଷା କମିଟି ଆନ୍ଦୋଳନକୁ ଓହ୍ଲାଇଥିଲା।

ଖବର ପାଇ ଘଟଣାସ୍ଥଳରେ ଆମପାଣି ଥାନା ଅଧିକାରିଣୀ ବିଜୟଲକ୍ଷ୍ମୀ ହିକ୍କା ଓ ପୋଲିସ କର୍ମଚାରୀ ସହ ଆଇଆର୍‌ବି ଯବାନ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ ଆନ୍ଦୋଳନକାରୀ ଜିଲାସ୍ତରୀୟ ଅଧିକାରୀ ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏ ରାସ୍ତା ଅବରୋଧରୁ ହଟିବୁ ନାହିଁ ବୋଲି ଅଡି ବସିଥିଲେ। ପରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରା ପହଞ୍ଚି ଆନ୍ଦୋଳନରେ ବସିଥିବା କର୍ମକର୍ତ୍ତା ଓ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏକ ଘଣ୍ଟା ସମୟ ଦେଇ ରାସ୍ତା ଅବରୋଧ ହଟାଇଥିଲେ।

ପରେ ଘଟଣାସ୍ଥଳରେ ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ମଲ୍ଲିକ ଓ ଅତିରିକ୍ତ ଜିଲାପାଳ ଶ୍ରୀକାନ୍ତ ଶତପଥୀ ପହଞ୍ଚି ଜଙ୍ଗଲ ସୁରକ୍ଷା କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଆଗାମୀ ଦିନରେ ସାହାଜଖୋଲ ଜଙ୍ଗଲର ସୁରକ୍ଷା, ଅବାଧ ମକାଚାଷ ଓ ଅନଧିକୃତ ଭାବେ ରହି ଜଙ୍ଗଲକୁ କାଟି ମକାଚାଷ କରୁଥିବା ସୀମାନ୍ତ ଜିଲାର ଲୋକଙ୍କ ଉପରେ କଳାହାଣ୍ଡି ଜିଲା ଜଙ୍ଗଲ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ଆନ୍ଦୋଳନରେ ବନ ସୁରକ୍ଷା ମହାସଂଘ ସଭାପତି ହେମନ୍ତ କୁମାର ମାଝି, ଉପସଭାପତି ତ୍ରିନାଥ ପୋଟା, କାର୍ଯ୍ୟକାରୀ ସଭାପତି ଭବେଶ ଗଇନ୍ତା, ସମ୍ପାଦକ ଭଜମନ ନାଏକ, ସହସମ୍ପାଦକ ଦ୍ରୋଣାଚାର୍ଯ୍ୟ ନାଏକ, ସାଙ୍ଗଠନିକ ସମ୍ପାଦକ ନିରଞ୍ଜନ ବାଗ, ସାଙ୍ଗଠନିକ ସମ୍ପାଦିକା ହେମାଙ୍ଗିନି ହଂସ, କୋଷାଧ୍ୟକ୍ଷ ଭୁଜବଲ ସୋରି ପ୍ରମୁଖ କର୍ମକର୍ତ୍ତାଙ୍କ ସମେତ ୫୨ ବନ ସୁରକ୍ଷା ସମିତିର ଶତାଧିକ କର୍ମକର୍ତ୍ତା ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ମଦ କାରବାର ବିରୋଧରେ ଜନ ଆନ୍ଦୋଳନ: ୪ ମଦ ଦୋକାନ ସିଲ କଲା ପୋଲିସ

ଦିଗପହଣ୍ଡି/ସାନଖେମୁଣ୍ଡି,୨।୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମର ମେଡ଼ିକାଲ ଛକ, ବଜାର ଛକ ସମେତ ଗାଁ’ର ଗଳିକନ୍ଦିରେ ବେଆଇନ ଭାବେ...

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପରେ ତାଲା: ତେଜିଲା ଚାଷୀ ଅସନ୍ତୋଷ, ଆନ୍ଦୋଳନ ଚେତାବନୀ

ବରଗଡ଼, ୨।୪(ପ୍ରେମାନନ୍ଦ ଖମାରୀ) – ଅଣଜଳସେଚିତ ଅଞ୍ଚଳର ଚାଷଜମିକୁ ପାଣି ମଡାଇବା ପାଇଁ ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ମାତ୍ର ଜିଲାର...

ଦେଶବ୍ୟାପୀ UPI ଡାଉନ୍: ପେମେଣ୍ଟ କରିବାକୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ୟୁଜର

ନୂଆଦିଲ୍ଲୀ,୨।୪: UPI ସର୍ଭର ଡାଉନ ହେବାରୁ ଦେଶବ୍ୟାପୀ ଅନଲାଇନ୍ ପେମେଣ୍ଟ କରିବାରେ ୟୁଜରମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୁଗୁଲ୍ ପେ, ପେଟିଏମ୍ ଏବଂ ଷ୍ଟେଟ୍ ବ୍ୟାଙ୍କ...

ମା’ ପଦ୍ମାବତୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ଗ୍ରାମରେ ବିରାଜିତ ମା ’ ପଦ୍ମାବତୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ବୁଧବାର ଅସ୍ଥାୟୀ...

ରାଜସ୍ବ କମିଶନରଙ୍କ ଦିଗପହଣ୍ଡି ଗସ୍ତ: ସଚେତନତା ରଥ ଉଦ୍‌ଘାଟନ, ଖଡ଼ିଛୁଆଁ କାର୍ଯ୍ୟକ୍ରମର କଲେ ଶୁଭାରମ୍ଭ

ଦିଗପହଣ୍ଡି,୨ା୪(ଅଶେଷ ନାଥ ମିଶ୍ର): ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ରୂପା ରୋସନ ସାହୁ ବୁଧବାର ଦିଗପହଣ୍ଡି ଗସ୍ତ କରି ଫେରିଛନ୍ତି। ସେ ଦିଗପହଣ୍ଡି ସହରର ମଧୁବିଦ୍ୟାପୀଠ ପ୍ରାଥମିକ...

୧୦ ଫୁଟ ତଳକୁ ଖସିପଡ଼ିଲା କାର୍‌: ବାଇକ୍‌ ଶୋ’ରୁମ୍‌ ମ୍ୟାନେଜରଙ୍କ ମୃତ୍ୟୁ,ଡ୍ରାଇଭର ଗୁରୁତର

ଗଞ୍ଜାମ,୨।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ୧୬ ନମ୍ବର ଜାତୀୟ ରାଜପଥ ସୁକନ୍ୟା ଢାବା ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ୧୦ ଫୁଟ...

ନକଲିକୁ ଧରିଲା ଅସଲି ପୋଲିସ: ହୋମଗାର୍ଡ ଚାକିରି ଦେବାକୁ କହି ୩୦ରୁ ୪୦ ଆଶାୟୀଙ୍କୁ ଠକେଇ

କଟକ,୨।୪: କମିଶନରେଟ୍ ପୋଲିସର କଟକ ପୋଲିସ ବିଭାଗରେ ବିଭିନ୍ନ ପ୍ରକାରର ପଦବୀରେ ନିଯୁକ୍ତି ଦେବା ବାହାନାରେ ଚାକିରି ଆଶାୟୀମାନଙ୍କୁ ଠକୁଥିବା ଜଣେ ନକଲି ପୋଲିସ ଇନସପେକ୍ଟରଙ୍କୁ...

ଉଜ୍ୱଳ ଭବିଷ୍ୟତର କାମନା କରି ପିଲାଙ୍କୁ ଖଡ଼ି ଛୁଆଁଇଲେ ବରଗଡ଼ ଜିଲାପାଳ

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ଓଡ଼ିଆ ପକ୍ଷ ପାଳନର ଦ୍ୱିତୀୟ ଦିନ ବୁଧବାରରେ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ଶିକ୍ଷାବର୍ଷରୁ ଲାଗୁ କରାଯାଇଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image