କେନ୍ଦୁଝର,୧୯ା୭(ସ୍ବ.ପ୍ର.): କେନ୍ଦୁଝର ଡିଭିଜନର ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ଶୁଆକାଟି ସେକ୍ସନ କୁଶକଲା ବିଟ୍ ଅନ୍ତର୍ଗତ ରବ ଗ୍ରାମ ଜଙ୍ଗଲରେ ଏକ ମାଈ ହାତୀ ଓ ଛୁଆର ମୃତ୍ୟୁ ଘଟିଛି। ମୃତ୍ୟୁର ସଠିକ୍ କାରଣ ଜଣପଡ଼ି ନ ଥିଲେ ହେଁ ବନ ବିଭାଗ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି। ବିଦ୍ୟୁତ୍ ଆଘାତ କିମ୍ବା ବିଷ ଖାଇ କିମ୍ବା ସ୍ବାଭାବିକ ମୃତ୍ୟୁର ତଦନ୍ତ ଓ ମୃତଦେହ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ମତ ପ୍ରକାଶ ପାଉଛି। ଏନେଇ ଖବର ପାଇବା ପରେ ଡିଏଫ୍ଓ ଘଟଣାସ୍ଥଳକୁ ଯାଇ ଘଟଣାର ଅନୁଧ୍ୟାନ କରୁଛନ୍ତି। ମୃତ୍ୟୁର କାରଣ ଜଣା ପଡ଼ିନାହିଁ। ତଦନ୍ତ ପରେ ଜଣା ପଡ଼ିବ ବୋଲି ଡିଏଫ୍ଓ ସ୍ବୟମ ମଲ୍ଲିକ କହିଛନ୍ତି।