ମାଡ଼ ଖାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ବନ କର୍ମଚାରୀ

ଅନୁଗୋଳ,୨୦।୯: ହାତୀ ଘଉଡାଇବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ମାଡ଼ରେ ଜଣେ ବନ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଆଉ ୨ଜଣ କର୍ମଚାରୀ ଆହତ ହୋଇଛନ୍ତି। ଗୁରୁତର ବନ କର୍ମଚାରୀ ସୁକାନ୍ତ ସାହୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଅନୁଗୋଳ ରେଞ୍ଜ ଫୁଲପଡ଼ା ଅଞ୍ଚଳରେ ହାତୀ ବୁଳୁଥିବା ବନ ବିଭାଗକୁ ଖବର ମିଳିଥିବା। ଖବର ପାଇ ବନ ବିଭାଗର ଜଣ କର୍ମଚାରୀ ଏକ ଗାଡିରେ ହାତୀ ଘଉଡାଇବା ଲାଗି ଫୁଲପଡା ଅଞ୍ଚଳରେ ପହଞ୍ଚି ଥିଲେ। ସେତିକିବେଳେ ହଠାତ ଜଣେ ବ୍ୟକ୍ତି ବନକର୍ମଚାରୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ।

୬ ଜଣ ବନ କର୍ମଚାରୀଙ୍କ ମଧ୍ୟରୁ ୩ଜଣ ମାଡ ଭୟରେ ଫେରି ଆସିଥିବା ବେଳେ ଅନ୍ୟ ୩ଜଣକୁ ଧରି ନିର୍ଘାତ ମାଡ଼ ମାରିଥିଲେ ସମ୍ପୃକ୍ତ ବ୍ୟକ୍ତି ଜଣକ। ମାଡ଼ରେ ଜଣେ କର୍ମଚାରୀ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଖବର ପାଇ ରେଞ୍ଜର ହରମୋହନ ନାୟକ ଏବଂ ତାଙ୍କ ଟିମ୍‌ ପହଞ୍ଚି ସୁକାନ୍ତ ଏବଂ ଅନ୍ୟ ଦୁଇ ଆହତଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଘଟଣାକୁ ଅନୁଗୋଳ ବନ ବିଭାଗ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି। ଖୁବ୍‌ ଶୀର୍ଘ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।