ଜୁନାଗଡ଼, ୧୯ା୩ (ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମାଣିକାପଦର ଗ୍ରାମର ଫରେଷ୍ଟର ଗୋପାଳ କୃଷ୍ଣ ପୂଜାରୀ (୫୨) କିଡ୍ନୀ ରୋଗରେ ପ୍ରାଣ ହରାଇଛନ୍ତି। ଦୀର୍ଘଦିନ ହେଲା ସେ ରୋଗରେ ଆକ୍ରାନ୍ତ ଥିବାବେଳେ କିଛିଦିନ ତଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ମୃତ୍ୟୁ ହୋଇଛି। ମୃତ ଶରୀର ଗାଁରେ ପହଞ୍ଚତ୍ବା ପରେ ଏକ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୃତ ଫରେଷ୍ଟରଙ୍କ ସାନ ଭାଇ ପ୍ରଶାନ୍ତ ପୂଜାରୀ ଓ ପୁଅ ଆୟନ ମୁଖାଗ୍ନି ଦେଇଥିଲେ।