Advertisement

ହାତୀ ଆକ୍ରମଣରେ ଫରେଷ୍ଟର ଗୁରୁତର

ଦେବଗଡ଼,୫ା୧(ଡି.ଏନ୍‌.ଏ.): ହାତୀ ଆକ୍ରମଣରେ ଫରେଷ୍ଟର ଗୁରୁତର ହୋଇଛନ୍ତି। ଦେବଗଡ଼ ବନାଞ୍ଚଳ ବଞ୍ଜାରୀ ନିକଟ ବରହାମୂଷା ଜଙ୍ଗଲରେ ଏହି ଅଘଟଣ ଘଟିଛି। ଗୁରୁବାର ଟ୍ରାକିଂ ସମୟରେ ଦନ୍ତାହାତୀ ଆକ୍ରମଣ କରିଥିବା ସୂଚନା ମିଳିଛି। କଂସର ଫରେଷ୍ଟର ବାଣେଶ୍ୱର ପରିଡ଼ା ଗୁରୁତର ଗୁରୁତର ହୋଇଥିବା ବେଳେ ଏଲିଫ୍ୟାଣ୍ଟ ସ୍କ୍ବାଡ କର୍ମଚାରୀ କୁଶଲ ତିର୍କୀ ମଧ୍ୟ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ବନଖଣ୍ଡ ଅଧିକାରୀ, ଦେବଗଡ଼ ମଗର ଧନାଜି ରାଓସୋ ପହଞ୍ଚିଥିବା ଜଣାପଡ଼ିଛି। ଫରେଷ୍ଟରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share