ଫରେଷ୍ଟର ଆମତ୍ହତ୍ୟା ମାମଲା:ବିଭାଗୀୟ ଅଧିକାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ

ରାୟଗଡ଼ା,୨୧ା୯(ଆଶିଷ ରଞ୍ଜନ ପଣ୍ଡା):ଦୀର୍ଘ ୧୨ ବର୍ଷ ବନ ବିଭାଗ ସିଲ୍‌ଭିକ୍‌ଲଚର ଡିଭିଜନରେ କାର୍ଯ୍ୟରତ ଥିଲେ ରାୟଗଡ଼ା ସହର ଶୁଣ୍ଢିସାହିର ଲବଣୀ ନାୟକଙ୍କ ସାନ ପୁଅ ସଞ୍ଜୟ ନାୟକ। ବିଭାଗୀୟ ଅଧିକାରୀଙ୍କୁ ୫୦ ପ୍ରତିଶତ ପିସି ଦେଇ ନ ପାରି ମାନସିକ ଭାରସାମ୍ୟ ହରାଇ ଗତ ୧୮ ତାରିଖରେ କଳାହାଣ୍ଡି ଜିଲା ଭବାନୀପାଟଣାରେ କାର୍ଯ୍ୟରତ ଥିବା ବେଳେ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ତାଙ୍କ ସ୍ତ୍ରୀ ପ୍ରିୟଙ୍କା ସୁବୁଦ୍ଧି ଶୁକ୍ରବାର ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଶ୍ରମ ଓ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ରାୟଗଡ଼ା ଗସ୍ତରେ ଯାଇଥିବା ବେଳେ ଶୁକ୍ରବାର ସଞ୍ଜୟଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଘଟଣାର ନିରପେକ୍ଷ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରିୟଙ୍କା ତାଙ୍କର ଥଇଥାନ ଓ ସ୍ବାମୀଙ୍କ କାମର ବକେୟା ଟଙ୍କା, ଅନ୍ୟ ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ରାୟଗଡ଼ା ବିଧାୟକ ଆପଲସ୍ବାମୀ କାଡ୍ରାକା ମଧ୍ୟ ସଞ୍ଜୟଙ୍କ ପରିବାରବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେବା ସହ ଘଟଣାର ନିରପେକ୍ଷ ତଦନ୍ତକରି ନ୍ୟାୟ ପାଇଁ ଦାବି କରିଛନ୍ତି।

ସଞ୍ଜୟ ୨୦୧୨ରେ ବନ ବିଭାଗ ସିଲ୍‌ଭିକଲ୍‌ଚରରେ ଚାକିରି ପାଇଥିଲେ। ପ୍ରଥମେ ରାୟଗଡ଼ା, ପରେ କୋରାପୁଟ ଏବଂ ୨୦୨୦ରୁ ଭବାନୀପାଟଣାରେ ନିୟୋଜିତ ଥିଲେ। ହେଲେ ରାୟଗଡ଼ା ସିଲ୍‌ଭିକଲ୍‌ଚର ଡିଭିଜନ ମୁଖ୍ୟ ଦେବେନ୍ଦ୍ର ବେହେରାଙ୍କୁ ପିସି ବା କମିଶନ ଦେଇ ନ ପାରିବାରୁ ମାନସିକ ଚାପରେ ଆମତ୍ହତ୍ୟା କରିଛନ୍ତି। ଆମତ୍ହତ୍ୟା ପୂର୍ବରୁ ଏକ ସୁଇସାଇଡ୍‌ ନୋଟ୍‌ ଛାଡ଼ିଯାଇଛନ୍ତି, ଯେଉଁଥିରେ ବିଭାଗୀୟ ଅଧିକାରୀ ଦେବେନ୍ଦ୍ରଙ୍କୁ ପିସି ଦେଇ ନ ପାରିବାରୁ ଆମତ୍ହତ୍ୟା କରିଥିବା ସେ ଉଲ୍ଲେଖ କରିଛନ୍ତି। ଶୁକ୍ରବାର ପ୍ରିୟଙ୍କାଙ୍କ ସହ ଆଲୋଚନା କରିବା ସମୟରେ ତାଙ୍କୁ ସଞ୍ଜୟ ବିଭିନ୍ନ ସମୟରେ ଅଧିକାରୀ ଦେବେନ୍ଦ୍ର ଗତ ୩ବର୍ଷ ମଧ୍ୟରେ ମାନସିକ ନିର୍ଯାତନା ଦେଉଥିବା, ୫୦ ପ୍ରତିଶତ ପିସି ମାଗିବା, ପିସି ନ ଦେଲେ ବିଲ୍‌ ବନ୍ଦ ଆଦି ବିଷୟରେ ସୂଚନା ଦେଇଥିଲେ। ପ୍ରିୟଙ୍କାଙ୍କ କହିବାନୁସାରେ, ନର୍ସରିରେ ଚାରା ଉତ୍ପନ୍ନ ପାଇଁ ମାଟି ଅଙ୍କୁରଣ, ବେଡ୍‌ ପ୍ରସ୍ତୁତି, ବିଭିନ୍ନ କିସମର ମଞ୍ଜି ବୁଣିବା, ପଲିଥିନ୍‌ ପ୍ୟାକିଂ, କାର୍ଯ୍ୟାଳୟ ପକ୍ଷରୁ ଚାରା ବଣ୍ଟନ ଓ ସାର ଆଦି ସଞ୍ଜୟ ବାହାରୁ କିଣିଥାନ୍ତି। ଏଥିପାଇଁ ଆବଶ୍ୟକ ମଜୁରିଆଙ୍କୁ ମଧ୍ୟ ଯୋଗାଡ଼କରି କାମରେ ଲଗାଇଥାନ୍ତି। ଏସବୁ ସରିବା ପରେ ତା’ର ମଷ୍ଟରରୋଲ ଓ ବିଲ୍‌ ପ୍ରସ୍ତୁତି କରି ଦେବେନ୍ଦ୍ରଙ୍କୁ ହସ୍ତାନ୍ତର କରିଥାନ୍ତି। ଅଧିକାରୀ ଉକ୍ତ ବିଲ୍‌ ଅନୁମୋଦନ ପରେ ବିଭାଗରୁ ଟଙ୍କା ମିଳିଲେ ତା’ର ହିସାବ କରିଥାନ୍ତି ସଞ୍ଜୟ। ତେବେ ଏହି ବିଲ୍‌ ଅନୁମୋଦନ ବେଳେ ଏହାର ୫୦ ପ୍ରତିଶତ ପିସି ବାବଦରେ ଦେବେନ୍ଦ୍ର ମାଗୁଥିବା ସଞ୍ଜୟ ପ୍ରିୟଙ୍କାଙ୍କୁ କହିଥିଲେ।

ପ୍ରକାଶ ଯେ, ଗତ ୧୮ରେ କଳାହାଣ୍ଡି ଜିଲାର ଭବାନୀପାଟଣାରୁ ସଞ୍ଜୟଙ୍କ ପରିବାରକୁ ସୂଚନା ଆସିଥିଲା ସେ ଆମତ୍ହତ୍ୟା କରିଛନ୍ତି। ଏହି ଖବର ପାଇ ଭବାନୀପାଟଣା ଯାଇଥିଲେ ବଡ଼ଭାଇ ରବି। ସେଠାରେ ପୋଲିସକୁ ଘଟଣା ବିଷୟରେ ପଚାରିଥିଲେ। କଳାହାଣ୍ଡି ଏସ୍‌ପିଙ୍କ ସମ୍ମୁଖରେ ରବି ସାନଭାଇ ଲେଖିଯାଇଥିବା ସୁଇସାଇଡ୍‌ ନୋଟ୍‌ ପଢ଼ିଥିଲେ। ଉକ୍ତ ନୋଟ୍‌ରେ ରାୟଗଡ଼ା ସିଲ୍‌ଭିକଲ୍‌ଚର ଡିଭିଜନର ସିଲ୍‌ଭିକଲ୍‌ଚରିଷ୍ଟ ତଥା ବନଖଣ୍ଡ ଅଧିକାରୀ ଦେବେନ୍ଦ୍ର ନର୍ସରି କାର୍ଯ୍ୟ ଖର୍ଚ୍ଚ ବିଲ୍‌ ଅନୁମୋଦନ ପାଇଁ ୫୦ ପ୍ରତିଶତ ପିସି ମାଗୁଥିଲେ। ଗତ ଦିନରେ ୭ ଲକ୍ଷ, ଏସି, ଫ୍ୟାନ୍‌, ମନ୍ଦିର ପାଇଁ ଚାନ୍ଦା, ବୋର୍‌ୱେଲ ଖନନ ଆଦି ପିସି ବାବଦରେ ଦେବାକୁ ଦେବେନ୍ଦ୍ର ବାରମ୍ବାର ସଞ୍ଜୟଙ୍କୁ କହୁଥିଲେ। ତାହା ନ ଦେଲେ ପଦୋନ୍ନତି ବନ୍ଦ ସହ ମାନସିକ ନିର୍ଯାତନା ଦେଉଥିବା ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ ରହିଥିବା ରବି ସୂଚନା ଦେଇଥିଲେ। ସେହି ସମାନ ଅଭିଯୋଗ ରଖିଛନ୍ତି ପ୍ରିୟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri