ଗୋଠଛଡା ଦନ୍ତାକୁ ଟ୍ରାଙ୍କୁଲାଇଜ କଲା ବନବିଭାଗ: ଲଗାଗଲା ରେଡିଓକୁଲାର

ବଣାଇଁ, ୨।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନାଞ୍ଚଳରେ ଉତ୍ପାତ ମଚାଇ ଚାଲିଥିବା ଏକ ଗୋଠଛଡା ଦନ୍ତାର ପରିଶେଷରେ ବନବିଭାଗ ପକ୍ଷରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି l ଏବେ ଟ୍ରାକିଂ ଏବଂ ପରବର୍ତ୍ତୀ ସମୟରେ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତରିତ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି l ସମ୍ପୃକ୍ତ ଗୋଠଛଡା ଦନ୍ତା ଦୀର୍ଘ ୮ ମାସରୁ ଉର୍ଦ୍ଧ୍ୱ ସମୟ ଧରି ବଣାଇଁ ସହର ସମେତ ଆଖ ପାଖରେ ଉତ୍ପାତ ଜାରି ରଖି ବ୍ୟାପକ ଫସଲ ନଷ୍ଟ ଓ ଦୁଇଶହରୁ ଉର୍ଦ୍ଧ୍ୱ ଘର ଭାଙ୍ଗି ସାରିଥିଲା। ଅଞ୍ଚଳରେ ଏ ନେଇ ଉତ୍ତେଜନା ବୃଦ୍ଧି ପାଇ ଚାଲିଥିବା ଦେଖି ପରିଶେଷରେ ବନବିଭାଗ ଆଜି ପ୍ରତ୍ୟୁଷରେ ଗୋଠଛଡାକୁ ଟ୍ରାଙ୍କୁଲାଇଜ କରି ରେଡିଓକୁଲାର ଲାଗାଇଥିବା ଜଣାପଡିଛି।

ଏବେ ରେଡିଓକୁଲାର ମାଧ୍ୟମରେ ହାତୀର ଲୋକେସନ ପ୍ରତି ବନବିଭାଗ ଧ୍ୟାନ ରଖି, ଆବଶ୍ୟକ ସମୟରେ ପୁନଃଟ୍ରାଙ୍କୁଲାଇଜ କରି ଅନ୍ୟତ୍ର ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ବଣାଇଁ ବନାଞ୍ଚଳ ଅଧିକାରୀ ଦେବାଶିଷ ନାଏକ ସୂଚନା ଦେଇଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

‘ଲୋକଙ୍କୁ ସୁନେଲି ସ୍ବପ୍ନ ଦେଖାଇ ନିର୍ବାଚନ ଜିତିଛି ଭାଜପା, ପ୍ରତିଶ୍ରୁତି ପାଳନରେ ହୋଇଛି ବିଫଳ’

ବରଗଡ଼,୨ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେଡି ପକ୍ଷରୁ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି...

ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ପୂର୍ବତନ ଉପବାଚସ୍ପତି

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): ଜାତିର ପିତା ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୂର ଶାସ୍ତ୍ରୀଙ୍କ ପବିତ୍ର ଜନ୍ମଦିନ ଅବସରରେ ଦାରିଙ୍ଗବାଡ଼ି ଚାରିଛକ ଚଳଚଞ୍ଚଳ ହୋଇପଡ଼ିଛି। ଏହି...

ପରିବେଶ ସ୍ବଚ୍ଛତା ପାଇଁ ବନବିଭାଗ ଦେଲା ମନ୍ତ୍ର

ବ୍ରାହ୍ମଣୀଗାଁ,୨।୧୦(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବକ୍ଳ ବ୍ରାହ୍ମଣୀଗାଁ ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସର ମଧ୍ୟରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି। ମହାତ୍ମା ଗାନ୍ଧୀଙ୍କ ଫାଟେ...

ବିଧବାଙ୍କ ମୁଣ୍ଡ ଉପରେ ୪ ସନ୍ତାନ ବୋଝ: ସହାୟତା ପାଇଁ ଦାବି

କର୍ଲାମୁଣ୍ଡା,୨।୧୦(ପ୍ରଦୀପ କୁମାର ସାହୁ):ଜଣେ ଅଳ୍ପ ବୟସ୍କ ମହିଳାଙ୍କ କାନ୍ଧରେ ୪ ସନ୍ତାନର ବୋଝ। କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଂଜା ଗାଁର ସ୍ବର୍ଗତ ଚୁଡାମଣୀ ସେଲମା...

ଗାନ୍ଧୀ ଜୟନ୍ତୀରେ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ

ତୁମୁଡିବନ୍ଧ,୨।୧୦(ଦୀପକ କୁମାର ପରାସେଠ):ଅକ୍ଟୋବର ମାସ ୨ ତାରିଖ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସ ଅବସରରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ‘ସ୍ବଚ୍ଛତା ହିଁ ସେବା’...

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଫେଇ କାର୍ଯ୍ୟକ୍ରମ

କେସିଙ୍ଗା,୨।୧୦(ତୁମେଶ୍ୱର ସାହୁ): କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ୱାର୍ଡ ନଂ ୧୨ର ବାଲ୍ମୀକି ସମାଜ ମିଳିତ ସହଭାଗିତାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷା ଡ....

ହୁତୁହୁତୁ ହୋଇ ଜଳିଗଲା ହାଇୱା,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କେସିଙ୍ଗା,୨।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାରେ ନିର୍ମାଣଧୀନ ଓଭର ବ୍ରିଜରେ ଏକ ଅଘଟଣ ଘଟିଛି। ଏଠାରେ ଥିବା ଏକ ହାଇଓ୍ବାରେ ବୁଧବାର ବିଦ୍ୟୁତ ତାର ଲାଗି...

‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ସାମିଲ ହେଲେ ମନ୍ତ୍ରୀ ଗୋକୁଳାନନ୍ଦ

ବୁଗୁଡ଼ା୨/୧୦/୨୪(କାଳିଚରଣ ଦାଶ): ସ୍ବାଧୀନତା ଆନ୍ଦୋଳନର ମୁଖ୍ୟ ପୁରୋଧା ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଯୁବସାଥିଙ୍କ ସହ ବୁଗୁଡ଼ା ବ୍ଲକର ପ୍ରସିଦ୍ଧ ଶୈବପୀଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri