ନୂଆଦିଲ୍ଲୀ,୧।୧୦: ଚାଇନା ଫୋନ୍ ଉତ୍ପାଦନକାରୀ କମ୍ପାନୀ ସାଓମି ଟେକ୍ନୋଲୋଜି ଇଣ୍ଡିଆ ପ୍ରା. ଲିଃ ବେଆଇନ ଭାବେ ବିଦେଶକୁ ପଠାଉଥିବା ୫,୫୫୧ କୋଟି ଟଙ୍କାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତ ଏପ୍ରିଲରେ ଜବତ କରିଥିଲା। ବର୍ତ୍ତମାନ ସୁଦ୍ଧା ଏହା ଦେଶରେ ସବୁଠୁ ବଡ଼ ଧରଣର ଅର୍ଥ ଜବତ। ଭାରତର ବିଦେଶ ବିନିମୟ କର୍ତ୍ତୃପକ୍ଷ (ଫରେକ୍ସ) ଏହାକୁ ଅନୁମୋଦନ କରିଛି। ବିଦେଶ ବିନିମୟ ପରିଚାଳନା ଆଇନ (ଫେମା) ବଳରେ ଫରେକ୍ସ କର୍ତ୍ତୃପକ୍ଷ ଇଡିକୁ ଉକ୍ତ ପାଣ୍ଠି ଜବତ କରିବାର ଅଧିକାର ଦେଇଥିବା ଉକ୍ତ ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି। ଫେମା ଉଲ୍ଲଂଘନ କରି ସାଇମି ଇଣ୍ଡିଆ ଦେଶ ବାହାରେ ଅର୍ଥ ରଖୁଥିବାରୁ ଏହାକୁ ଜବତ କରାଯାଇଥିଲା ବୋଲି ଇଡି କହିଛି।