Advertisement

ମିଥ୍ୟା ସତ୍ୟପାଠ ମାମଲା: ହାଇକୋର୍ଟରେ ଜବାବ ଦାଖଲ ଅରୁଣ ସାହୁ

କଟକ,୧୨।୧୧(କାର୍ତ୍ତିକ ସାହୁ): ନୟାଗଡ଼ ବିଧାନସଭା ମିଥ୍ୟା ନିର୍ବାଚନୀ ମାମଲାରେ ମଙ୍ଗଳବାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଏହାସହ ଅରୁଣଙ୍କ ପକ୍ଷରୁ ୩ଟି ଅନ୍ତରୀଣ ପିଟିସନ ଦାୟର କରିଛନ୍ତି। ମୂଳ ନିର୍ବାଚନୀ ମାମଲାକୁ ଖାରଜ କରିବାକୁ ଅରୁଣ ଆବେଦନ କରିଛନ୍ତି। ଏହି ମାମଲାରେ ନଭେମ୍ବର ୨୮ରେ ପରବର୍ତ୍ତୀ ଶୁଣାଣି ହେବ। ଭାଜପା ପ୍ରାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ୱରୀ ମାମଲା ଦାୟର କରିଥିଲେ।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share