Posted inଫୁରସତ

ଭେଦଭାବ ଭୁଲି ସାମାଜିକ ପରିବର୍ତ୍ତନକୁ ଗୁରୁତ୍ୱ

ନୂଆଦିଲ୍ଲୀ: ପ୍ରତିବର୍ଷ ଜୁଲାଇ ୧୮ ତାରିଖକୁ ନେଲସନ ମଣ୍ଡେଲା ଅନ୍ତର୍ଜାତୀୟ ଦିବସ ଭାବେ ପାଳନ କରାଯାଇଆସୁଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ମଣ୍ଡେଲା ଜଣେ ପରୋପକାରୀ ବ୍ୟକ୍ତି ଥିଲେ। ରଙ୍ଗଭେଦ ବିରୋଧୀ କର୍ମକର୍ତ୍ତା ଭାବେ ସେ ବିଶ୍ୱରେ ପରିଚିତ। କଳା- ଗୋରା ଭେଦଭାବ ଦୂରକରିବା ଏବଂ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖି ସେବା ଓ ସହଯୋଗ କରିବା ତାଙ୍କର ପ୍ରମୁଖ ଆଭିମୁଖ୍ୟ ଥିଲା। ତାଙ୍କୁ ଦକ୍ଷିଣ ଆଫ୍ରିକାର ଜନକ ଭାବେ ମଧ୍ୟ ଅଭିହିତ କରାଯାଉଛି। ଆଫ୍ରିକାନ୍‌ ନ୍ୟାଶନାଲ କଂଗ୍ରେସରେ ସେ ଯୋଗଦେଇ ଏକଛତ୍ରବାଦୀ ଶାସନ ଓ ଭେଦଭାବକୁ ଦୃଢ଼ ବିରୋଧ କରିଥିଲେ। ୬୭ ବର୍ଷର ଜୀବନକାଳ ମଧ୍ୟରେ ଜେଲ୍‌ ଯିବା, ଦେଶଦ୍ରୋହ ମାମଲାର ସମ୍ମୁଖୀନ ହେବା ପରେ ବି ସେ ନିଜ ମନୋବଳରୁ ବିଚ୍ୟୁତ ହୋଇ ନ ଥିଲେ। ତାଙ୍କ ନୀତି ଓ ଆଦର୍ଶକୁ ମନେପକାଇବା ଓ ଭେଦଭାବ ଭୁଲି ବିଶ୍ୱକୁ ଏକତାର ବନ୍ଧନରେ ବାନ୍ଧି ରଖିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ୧୯୧୮ ଜୁଲାଇ ୧୮ରେ ସେ ଜନ୍ମଗ୍ରହଣ କରିଥିବାରୁ ଏହି ଦିନଟିକୁ ନେଲସନ ମଣ୍ଡେଲା ଅନ୍ତର୍ଜାତୀୟ ଦିବସ ଭାବେ ପାଳନ କରାଯାଇଆସୁଛି। ଜାତିସଂଘ ସାଧାରର ପରିଷଦର ଅନୁମୋଦନ ପରେ ୨୦୧୦ ମସgିହାjରୁ ଏହି ଦିବସ ପାଳନ କରାଯାଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

ଜନ୍ମ ନେଲା ବାଇଗଣୀ ରଙ୍ଗର ଶିଶୁ, ସର୍ଜରୀରେ ଖର୍ଚ୍ଚ ହେଲା ୪୨ କୋଟି

ଲସ ଆଞ୍ଜେଲସ,୧୯।୧୨: ପିଲାଟିଏ ଜନ୍ମ ହେଲେ ସୁଖର କୌଣସି ସୀମା ନନ ଥାଏ। ଲସ ଆଞ୍ଜେଲ୍ସର ବାସିନ୍ଦା ଆଣ୍ଡାଲୁସିଆ ମେସା ମଧ୍ୟ ତାଙ୍କର ପ୍ରସବକୁ ନେଇ...

‘ଏକତା ହିଁ ସର୍ବୋପରି’

ଦେଶର ବିକାଶରେ ପ୍ରତିଟି ନାଗରିକଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ ଭାବ ଏବଂ ଭାଇଚାରା ଦ୍ବାରା ଦେଶର ଏକତା ବୃଦ୍ଧି ହୋଇଥାଏ।...

୨୦୨୫ ରେ ଏହି ରାଶିର ବଢିବ ଆୟ, ଜାଣନ୍ତୁ କେତେ ଶୁଭ ରହିବ

ନୂଆ ବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ କିଛିଦିନ ବାକି ଅଛି। ଆସନ୍ତୁ ଜାଣିବା ୨୦୨୫ରେ ଆୟ, ବ୍ୟାପାର, କ୍ୟାରିୟର, ବୈବାହିକ ଜୀବନ ଏବଂ ସ୍ୱାସ୍ଥ୍ୟ...

ଶତାୟୁ ମହିଳାଙ୍କ ୭ ମହାଦେଶ ଭ୍ରମଣ

ସିଡ୍‌ନୀ: ଯଦି ମନରେ ଉତ୍ସାହ ଏବଂ ଉଦ୍ଦୀପନା ଥାଏ ତେବେ କୌଣସି ମଧ୍ୟ ଲକ୍ଷ୍ୟକୁ ଅତି ସହଜରେ ପୂରଣ କରାଯାଇପାରିବ। ୧୦୨ ବର୍ଷୀୟା ଡୋରୋଥୀ ସ୍ମିଥ୍‌ଙ୍କ...

୨୦୨୪ରେ ଗୁଗଲରେ ଭାରତ ବିଷୟରେ ଏସବୁ ସର୍ଚ୍ଚ କରିଛନ୍ତି ପାକିସ୍ତାନୀ, ଲିଷ୍ଟ ଦେଖିଲେ ଉଡିବ ହୋଶ୍‌

ନୂଆଦିଲ୍ଲୀ,୧୨।୧୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ପାକିସ୍ତାନ ଯିବାକୁ ଭାରତୀୟ କ୍ରିକେଟ ଦଳ ମନା କରିଦେଇଛି। ଏହାର ପ୍ରଭାବ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ...

ନାଷ୍ଟ୍ରେଦମସଙ୍କ ବଡ଼ ବଭିଷ୍ୟବାଣୀ, ୨୦୨୫ରେ ଏହି ୬ ରାଶି ଉପରେ ପଡିବ ଅଧିକ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ବର୍ଷ ୨୦୨୪ ଶେଷ ହେବା ପାଇଁ ଆଉ ମାତ୍ର କେଇଟା ଦିନ ବାକି ଅଛି । ୨୦୨୫ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।...

ଭୟଙ୍କର ଭବିଷ୍ୟବାଣୀ କଲେ ନାଷ୍ଟ୍ରେଦମସ, ୨୦୨୫ରେ ବ୍ରହ୍ମାଣ୍ଡରୁ ମାଡି ଆସିବ ଅଗ୍ନିପିଣ୍ଡ, ପୁଣି ଆସିବ କରୋନା ଠାରୁ ବଡ଼ ମହାମାରୀ…

ନୂଆଦିଲ୍ଲୀ,୧୧।୧୨: ଷୋଡଶ ଶତାବ୍ଦୀର ଫରାସୀ ଭବିଷ୍ୟବକ୍ତା ନାଷ୍ଟ୍ରେଦମସଙ୍କ ଅନେକ ଭବିଷ୍ୟବାଣୀ ସଠିକ ପ୍ରମାଣିତ ହୋଇଛି। ୨୦୨୪ ପାଇଁ ସେ କରିଥିବା ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri