ନୂଆଦିଲ୍ଲୀ: ପ୍ରତିବର୍ଷ ଜୁଲାଇ ୧୮ ତାରିଖକୁ ନେଲସନ ମଣ୍ଡେଲା ଅନ୍ତର୍ଜାତୀୟ ଦିବସ ଭାବେ ପାଳନ କରାଯାଇଆସୁଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ମଣ୍ଡେଲା ଜଣେ ପରୋପକାରୀ ବ୍ୟକ୍ତି ଥିଲେ। ରଙ୍ଗଭେଦ ବିରୋଧୀ କର୍ମକର୍ତ୍ତା ଭାବେ ସେ ବିଶ୍ୱରେ ପରିଚିତ। କଳା- ଗୋରା ଭେଦଭାବ ଦୂରକରିବା ଏବଂ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖି ସେବା ଓ ସହଯୋଗ କରିବା ତାଙ୍କର ପ୍ରମୁଖ ଆଭିମୁଖ୍ୟ ଥିଲା। ତାଙ୍କୁ ଦକ୍ଷିଣ ଆଫ୍ରିକାର ଜନକ ଭାବେ ମଧ୍ୟ ଅଭିହିତ କରାଯାଉଛି। ଆଫ୍ରିକାନ୍ ନ୍ୟାଶନାଲ କଂଗ୍ରେସରେ ସେ ଯୋଗଦେଇ ଏକଛତ୍ରବାଦୀ ଶାସନ ଓ ଭେଦଭାବକୁ ଦୃଢ଼ ବିରୋଧ କରିଥିଲେ। ୬୭ ବର୍ଷର ଜୀବନକାଳ ମଧ୍ୟରେ ଜେଲ୍ ଯିବା, ଦେଶଦ୍ରୋହ ମାମଲାର ସମ୍ମୁଖୀନ ହେବା ପରେ ବି ସେ ନିଜ ମନୋବଳରୁ ବିଚ୍ୟୁତ ହୋଇ ନ ଥିଲେ। ତାଙ୍କ ନୀତି ଓ ଆଦର୍ଶକୁ ମନେପକାଇବା ଓ ଭେଦଭାବ ଭୁଲି ବିଶ୍ୱକୁ ଏକତାର ବନ୍ଧନରେ ବାନ୍ଧି ରଖିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ୧୯୧୮ ଜୁଲାଇ ୧୮ରେ ସେ ଜନ୍ମଗ୍ରହଣ କରିଥିବାରୁ ଏହି ଦିନଟିକୁ ନେଲସନ ମଣ୍ଡେଲା ଅନ୍ତର୍ଜାତୀୟ ଦିବସ ଭାବେ ପାଳନ କରାଯାଇଆସୁଛି। ଜାତିସଂଘ ସାଧାରର ପରିଷଦର ଅନୁମୋଦନ ପରେ ୨୦୧୦ ମସgିହାjରୁ ଏହି ଦିବସ ପାଳନ କରାଯାଇଆସୁଛି।