ସମ୍ପର୍କ ଭୁଲିଗଲେ ବାପା: ଶୋଇଥିବା ପୁଅକୁ ଉଠାଇ ହାଣିଲେ

ଦେବଗଡ଼,୧୮।୫ (ଡି.ଏନ୍‌.ଏ.): ବାପାଙ୍କ କଟୁରି ଚୋଟରେ ପୁଅ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଆଦର୍ଶ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଶି ଗ୍ରାମରେ। ସୂଚନାଯୋଗ୍ୟ, ମଙ୍ଗଳବାର ବିଳମ୍ବିତ ରାତିରେ ଗୁଣ୍ଡୁରିପୋଶି ଗ୍ରାମର ଗୋଲବଦନ ପାତ୍ର(୩୨)ଘରେ ଶୋଇଥିଲେ। ବାପା ମୁଚି ପାତ୍ର ନିଶାସକ୍ତ ଅବସ୍ଥାରେ ସେଠାକୁ ଆସି ତାଙ୍କୁ ନିଦରୁ ଉଠାଇବା ସହ ଗାଳିଗୁଲଜ କରିଥିଲେ। ଉଭୟ ବାପ -ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାପା ମୁଚି ଏକ କଟୁରି ସାହାଯ୍ୟରେ ପୁଅ ଗୋଲବଦନଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଗୋଲବଦନଙ୍କର ମୃତ୍ୟୁ ଘଟିଥିଲା । ପରେ ମୁଚି ଦେବଗଡ଼ ଥାନାରେ ଆତ୍ମସମର୍ପଣ କରିଥିଲେ। ଦେବଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋଲବଦନଙ୍କ ମୃତଦେହ ଓ ହତ୍ୟାରେ ବ୍ୟବହୃତ କଟୁରିକୁ ଜବତ କରିବାସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Share