Categories: ଜାତୀୟ

ମୋତେ ମାଫ୍‌ କର ରାହୁଲ ଭାଇ…ଭାଜପା ଛାଡିଥିବା ନେତା କିଛି ଭିନ୍ନ ଶୈଳୀରେ ଗୀତ ଗାଇ କଂଗ୍ରେସରେ କଲେ ଏଣ୍ଟ୍ରି

ଚଣ୍ଡିଗଡ,୨୮।୮: ହରିୟାଣା ନିର୍ବାଚନ ପାଖେଇ ଆସିଲାଣି। ଏହାରି ଭିତରେ ଦଳଡିଆଁ ମଧ୍ୟ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଭାଜପାରୁ ଇସ୍ତଫା ଦେବାର କିଛିଦିନ ପରେ ହରିୟାଣା ସରକାରଙ୍କର ବିଶେଷ ପ୍ରଚାର ପ୍ରକୋଷ୍ଠର ପୂର୍ବ ଅଧ୍ୟକ୍ଷ ଓ ଗାୟକ ଜୟ ଭଗବାନ ମିତଲ କଂଗ୍ରେସରେ ସାମିଲ୍‌ ହୋଇଛନ୍ତି। ଏହି ସମୟରେ ରାଜ୍ୟ ସଭା ଏମପି ରଣଦୀପ ସିଂହ ସୁରେଜଓ୍ବାଲା ତାଙ୍କୁ ପାର୍ଟିରେ ସଦସ୍ୟତା ଦେଇଛନ୍ତି।

ତେବେ ପାର୍ଟିରେ ସାମିଲ୍‌ ହେବା ସମୟରେ ସେ କିଛି ଭିନ୍ନ ଅନ୍ଦାଜରେ ଗୀତ ଗାଇ ପାର୍ଟିରେ ଏଣ୍ଟ୍ରି କରିଛନ୍ତି। ସେ ମଞ୍ଚରୁ ରାହୁଲ ଗାନ୍ଧୀଙ୍କୁ ସମ୍ବୋଧିତ କରି ଏକ ଗୀତ ଗାଇଛନ୍ତି। ଭାଜପାରେ ଥିବା ସମୟରେ ସେ ରାହୁଲଙ୍କୁ କରିଥିବା ଟିପ୍ପଣୀକୁ ନେଇ ମଧ୍ୟ କ୍ଷମା ମାଗିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଲେଖାଯାଇଛି, ମୋତେ ମାଫ୍‌ କର ରାହୁଲ ଭାଇ…

ରକି ମିତଲ ଅଗଷ୍ଟରେ ୧ ଭାଜପା ଛାଡିଥିଲେ। ଏହି ସମୟରେ ସେ ଅଭିଯୋଗ ଆଣିଥିଲେ କି, ତାଙ୍କର ନିସ୍ବାର୍ଥ କାମ ପରେ ବି ପାର୍ଟି ତାଙ୍କୁ ଅଣଦେଖା କରୁଛି। ଗତ ୪ବର୍ଷ ବଧ୍ୟରେ ତାଙ୍କ ବିରୋଧରେ ମିଛ ମାମଲା ରୁଜୁ ହୋଇଛି। ୧୪ବର୍ଷ ଭିତରେ ଭାଜପା, ପ୍ରଧାନମନ୍ତ୍ରୀ ମୋଦି, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ୨୦୦ରୁ ଅଧିକ ଗୀତ ଲେଖିଛନ୍ତି। ଏହାପରେ ବି ତାଙ୍କୁ ଜେଲ୍‌ରେ ଭର୍ତ୍ତି କରାଯାଇଛି।
ମୁଁ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅନେକ ଗୀତ ଲେଖିଛି। କିନ୍ତୁ ସେ ଥରେ ହେଲେ ବି ମୋ ବିରୋଧରେ ଅଭିଯୋଗ ଆଣି ନାହାନ୍ତି। ୧୪ବର୍ଷ ଧରି ତାଙ୍କୁ ଖରାପ ବ୍ୟବହାର କରିଛି। ମୋତେ କ୍ଷମା କରିଦିଅ ରାହୁଲ ଭାଇ ବୋଲି ସେ କହିଛନ୍ତି।

Share