Categories: Uncategorized

ଡିଜେର ତାଳେ ତାଳେ ଏମିତି ମଜିଗଲେ ଗାଁର ଯୁବକ, ମା’ଙ୍କୁ ବିସର୍ଜନ କରିବାକୁ ଭୁଲିଗଲେ

ଭଦ୍ରକ,୨୩।୨: ବର୍ତ୍ତମାନ ଯେ କୌଣସି ପୂଜା ହେଉ, ଭସାଣୀ ଗୁରୁତ୍ୱପୂର୍ଣ୍ଣ। ମା’ ସରସ୍ବତୀଙ୍କ   ଭସାଣୀରେ ନାଚ ଗୀତରେ ଝୁମିଲେ ଗାଁର ଯୁବକ। ଶେଷରେ  ଭୋଜି  ଭାତରେ ମଜିଗଲେ ଯେ ମା’ଙ୍କୁ  ଜଳରେ ବିସର୍ଜନ କରିବାକୁ ଭୁଲିଗଲେ।  ଅନ୍ଧାର ରାସ୍ତାରେ ସେହିପରି ପଡ଼ି ରହିଥିଲେ ମା ବାଗ୍‌ ଦେବୀ।
ଏହିପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ମଝି ଗାଁରେ। ପ୍ରତିବର୍ଷ ପରି ଚଳିତ ବର୍ଷ ଗାଁର ଯୁବକ ଧୁମ ଧାମରେ ପୂଜ କରିଥିଲେ। ମାତ୍ର ଡିଜେର ତାଳେ ତାଳେ ନାଚି ମା’ଙ୍କୁ ରାସ୍ତାରେ  ରଖି ଚାଲି ଆସିଥିଲେ।