Advertisement

ଟ୍ରାକ୍ଟର ରାଲିକୁ ସର୍ତ୍ତମୂଳକ ମଞ୍ଜୁରୀ

ନୂଆଦିଲ୍ଲୀ,୨୪।୧: ଦିଲ୍ଳୀ-ଏନ୍‌ସିଆର୍‌ରେ ଚାଲିଥିବା କୃଷକ ଆନ୍ଦୋଳନ ଦୁଇ ମାସ ପୂରଣ ହେବାକୁ ଯାଉଛି। ଏହି ଅବସରରେ ଆଗାମୀ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଦିଲ୍ଲୀର ରିଙ୍ଗ୍‌ ରୋଡ୍‌ରେ କୃଷକମାନେ ବିଶାଳ ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ରାଲିକୁ ଦିଲ୍ଲୀ ପୋଲିସ ସର୍ତ୍ତମୂଳକ ମଞ୍ଜୁରୀ ଦେଇଛି। ଦିଲ୍ଲୀ ପୋଲିସର ସ୍ବତନ୍ତ୍ର କମିଶନର କହିଛନ୍ତି, ୩ଟି ସ୍ଥାନରେ କୃଷକଙ୍କୁ ରାଲି କରିବାକୁ ଅନୁମତି ମିଳିଛି। ଏହି ୩ଟି ସ୍ଥାନରେ କିଛି ସର୍ତ୍ତରେ ରାଲି କରାଯିବ। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ବିରୋଧ କରି ହଜାର ହଜାର ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ଦୀର୍ଘ ୨ ମାସ ଧରି ଚାଲିଥିବା ଏହି ଆନ୍ଦୋଳନ ବେଳେ ଅନେକ ଚାଷୀଙ୍କ ମୃତ୍ୟୁମଧ୍ୟ ଘଟିଲାଣି। ଅନ୍ୟପକ୍ଷରେ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଅଟଳ ରହିଥିବା ଚାଷୀ ସଂଗଠନ ସହ କେନ୍ଦ୍ର ସରକାର ୧୧ ଥର ପାଇଁ ବୈଠକ କରିଥିଲେ। ହେଲେ ଏହି ବୈଠକରୁ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ତେଣୁ କୃଷି ଆଇନକୁ ବିରୋଧ କରି ଚାଷୀମାନେ ସାଧାରଣତନ୍ତ୍ର ଦିବସରେ ବିଶାଳ ଟ୍ରାକ୍ଟର ରାଲି କରିବେ ବୋଲି ଘୋଷଣା କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share