ଶୁଖୁଆରେ ମିଶାଯାଉଛି ଫର୍ମାଲିନ୍‌

ଅସ୍ତରଙ୍ଗ,୩୦।୯(ପ୍ରଦୀପ୍ତ କୁମାର ଦୀକ୍ଷିତ): ଅସ୍ତରଙ୍ଗ ଅଞ୍ଚଳର ବିଭିନ୍ନ ହାଟବଜାରରେ ବିକ୍ରି ହେଉଥିବା ଶୁଖୁଆର ମାନକୁ ନେଇ ପ୍ରଶ୍ନ ଉଠିଲାଣି। ଏଠାକାର ଶୁଖୁଆ ପ୍ରସ୍ତୁତିରେ କ୍ଷତିକାରକ ଫର୍ମାଲିନ ବ୍ୟବହାର କରାଯାଉଛି। ଏହି ଶୁଖୁଆ ଆଣି ବେପାରୀମାନେ ସ୍ଥାନୀୟ ହାଟବଜାରରେ ବିକ୍ରି କରୁଛନ୍ତି। ଏହାକୁ ଲୋକେ କିଣିନେଉଛନ୍ତି। ତେବେ ଏହି ଶୁଖୁଆ ଗ୍ରାହକଙ୍କ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ତେଣୁ ଏ ଦିଗରେ ପ୍ରଶାସନ ଅଙ୍କୁଶ ଲଗାଇବା ସହ ସଚେତନ କରିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଅସ୍ତରଙ୍ଗ ବଜାର ସମେତ ନୂଆଗଡ଼, ବାଲିଡିଆ, କାଳିଆକଣ, ସହନ, ଡାଳୁଅକଣି, ପାଟସୁନ୍ଦରପୁର ଅଞ୍ଚଳରେ ଏବେ ଶୁଖୁଆ ବେପାର ଜମୁଛି। ବେପାରୀମାନେ ମାସକୁ କୁଇଣ୍ଟାଲ କୁଇଣ୍ଟାଲ ଶୁଖୁଆ ଏହି ସବୁ ଅଞ୍ଚଳରୁ ଖାଉଟିଙ୍କୁ ବିକ୍ରୟ କରୁଛନ୍ତି। ପୂର୍ବରୁ ଏଠାକାର ଶୁଖୁଆର ମାନ ବହୁତ ଭଲ ଥିଲା। ତେବେ ଗତକିଛି ବର୍ଷ ଭିତରେ ଶୁଖୁଆର ମାନ ବିଗିଡି ଯାଇଛି। ପୂର୍ବରୁ ପ୍ରାକୃତିକ ଉପାୟରେ ଶୁଖୁଆ ଖଳାରେ ଶୁଖୁଆ ପ୍ରସ୍ତୁତ ହେଉଥିଲା। ଏଥିପାଇଁ କିଛି ଦିନ ସମୟ ଲାଗୁଥିଲା। ଦିନ ଦିନ ଧରି ଖରାରେ ଶୁଖାଇବାକୁ ପଡୁଥିଲା। ହେଲେ ଏବେ ଶୁଖୁଆର ପ୍ରସ୍ତୁତ ତରିକା ବଦଳିଯାଇଛି। ରାସାୟନିକ ଉପାୟରେ ଶୁଖୁଆ ପ୍ରସ୍ତୁତ କରାଯାଉଛି। ଶୁଖୁଆକୁ ଶୁଖେଇବା ଓ ସତେଜ ରଖିବା ପାଇଁ ଫର୍ମାଲିନ ନାମକ କେମିକାଲ ବ୍ୟବହାର କରାଯାଉଛି। ମାଛ ଧରା ଯିବା ପରେ କଞ୍ଚାମାଛକୁ କାଟି ଫର୍ମାଲିନ ଦିଆଯାଉଛି। ସମୁଦ୍ର ମଝିରେ ନ ହେଲେ ଶୁଖୁଆ ଖଳାରେ ଏହି କେମିକାଲ ବ୍ୟବହାର କରାଯାଉଛି। ଏହା ମଣିଷର ଫୁସ୍‌ଫୁସ୍‌, ଖାଦ୍ୟନଳୀ, ପାକସ୍ଥଳୀ ଏପରିକି କିଡନୀ ଉପରେ ପ୍ରଭାବ ପକାଇଥାଏ। ଖଳାରୁ ବୋରେଇ, କଣ୍ଟିଆ, ଚିଙ୍ଗୁଡ଼ି, ଖଇଙ୍ଗା, ଫାସି ଓ ଅନ୍ୟ ପ୍ରକାର ଶୁଖୁଆ ଚାରିଚକିଆ ଓ ତିନିଚକିଆରେ ଅସ୍ତରଙ୍ଗ ବଜାରକୁ ଆସୁଛି। ଖଇଙ୍ଗା ଶୁଖୁଆର ବିଶେଷ ଆଦର ରହିଛି, ଯାହା ୩ଶହରୁ ୫ଶହ ଟଙ୍କା ଓ କଣ୍ଟିଆ କିଲୋ ୮୦ ଟଙ୍କାରୁ ୨ଶହ ଟଙ୍କାରେ ବିକ୍ରି ହେଉଛି। କିଛି ବର୍ଷ ତଳେ ମତ୍ସ୍ୟ ସମ୍ପଦ ବିଭାଗ ପକ୍ଷରୁ ସଚେତନତା ପାଇଁ ଜେଟିରେ ବ୍ୟାନର ଓ ପୋଷ୍ଟର ଲଗାଯାଇଥିଲା। ଶୁଖୁଆ ପ୍ରସ୍ତୁତିରେ କୌଣସି ପ୍ରକାର ରାସାୟନିକ ବ୍ୟବହାର ନ କରିବା ପାଇଁ ସଚେତନ କରାଯାଇଥିଲା। କଟକଣା ସତ୍ତ୍ୱେ ଶୁଖୁଆରେ ଫର୍ମାଲିନ ବ୍ୟବହାରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ ଜିଲା ମତ୍ସ୍ୟ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ବଜାରକୁ ଶୁଖୁଆ ଆସିବା ପୂର୍ବରୁ ଖାଦ୍ୟ ନିରାପତ୍ତା ଅଧିକାରୀ ମାନ ଯାଞ୍ଚ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶୁ ଠାରୁ ବଳିଗଲା ମଣିଷର ପାଶବିକତା: ଅସୁସ୍ଥ ଓଟକୁ ଛାଡ଼ି…

ବଲାଙ୍ଗୀର,୩୦।୯(ବୀରେନ୍ଦ୍ର କୁମାର ଝାଙ୍କର): ଜୀବନ ସାରା ଓଟ ପିଠିରେ ବସାଇ ଟଙ୍କା କମାଇ ଥିବା ମାଲିକ ଶେଷରେ ପୋଷା ଅସୁସ୍ଥ ଓଟକୁ ବଲାଙ୍ଗୀର ରାଜରାସ୍ତାରେ ଅସହାୟ...

ଖାଲରେ ପଡିଲା ହାତୀ, ବାହାରିବାକୁ ଲଗାଇଛି କସରତ

ଭବାନୀପାଟଣା,୩୦।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ରେଞ୍ଜ କାର୍ଯ୍ୟାଳୟ ଅଧିନସ୍ଥ ପରଲସିଙ୍ଗା -ସଁଅରାପଦର ରାସ୍ତା ପାର୍ଶରେ ଥିବା ଏକ ଖାଲରେ ସୋମବାର ସକାଳୁ...

ଆଦିବାସୀ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ରାଜ୍ୟ ସଭା ଏମ୍‌ପି

ପାଟଣାଗଡ, ୩୦।୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ ବ୍ଲକ ମୁଣ୍ଡାପଲା ଗାଁରେ ଅଖିଳ ଭାରତୀୟ ଗଣ୍ଡାୱାନ (ଗଣ୍ଡ) ସମାଜର ଆଦିବାସୀ ଭବନର ଶୁଭ ଭିତ୍ତି ପ୍ରସ୍ତର...

ଆଜି ଝାଡଖଣ୍ଡ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୩୦।୯: ଆଜି ଦୁଇ ଦିନିଆ ଝାଡଖଣ୍ଡ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରଥମେ ମୁଖ୍ୟମନ୍ତ୍ରୀ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଏବଂ ଆସନ୍ତାକାଲି ଚାଇଁବାସାର କୋଲହାନ...

ମହାପ୍ରସାଦ ମାନ ଯାଞ୍ଚକୁ ବିରୋଧ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି): ତିରୁପତି ମନ୍ଦିରରେ ଲଡୁ ପ୍ରସାଦରେ ଅପମିଶ୍ରିତ ଘିଅ ବ୍ୟବହାର ହେଉଥିବା ଅଭିଯୋଗ ପରେ ଶ୍ରୀମନ୍ଦିରରେ ମହାପ୍ରସାଦ ଓ ଦୀପରେ ଅପମିଶ୍ରିତ ଘିଅ...

‘ପୋଲିସ ମୋ ସ୍ବାମୀଙ୍କୁ ହତ୍ୟା କରିଛି’

ଫୁଲବାଣୀ/ଗୋଚ୍ଛାପଡ଼ା, ୩୦ା୯(ରାକେଶ କୁମାର ରାଉତ/ରୋହିତ କହଁର): ଭୁବନେଶ୍ୱର ଭରତପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ସାରା...

ପଇଁତରା ମାରୁଛି ପ୍ରଶାସନ, ପୋଲିସ

ଭଦ୍ରକ/ଧାମନଗର,୩୦।୯ (ସନାତନ ରାଉତ/ଦେବେନ୍ଦ୍ର ଆନ୍ଦିଆ/ସନ୍ତୋଷ ମହାପାତ୍ର): ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ସହରରେ ଉତ୍ତେଜନା ପରଠାରୁ ୧୬୩ ଧାରା ଜାରି ରହିଥିବା ବେଳେ...

ଆଜି ଗୁଜରାଟରେ ହେବ ୫ ପୋଲିସ ଅଧିକାରୀଙ୍କ ମିଛଧରା ପରୀକ୍ଷା

ଭୁବନେଶ୍ୱର,୩୦ା୯(ସତ୍ୟଜିତ୍‌ ରାଉତ): ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ସୋମବାର ଗୁଜରାଟ ଗାନ୍ଧୀନଗରସ୍ଥିତ ଷ୍ଟେଟ୍‌ ଫୋରେନସିକ୍‌ ସାଇନ୍ସ ଲାବୋରେଟୋରି (ଏସ୍‌ଏଫ୍‌ଏସ୍‌ଏଲ୍‌)ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri