Categories: ଖେଳ

ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିବେ ଏହି ୪ ଦଳ, ଅଷ୍ଟ୍ରେଲିୟ ଭେଟେରାନଙ୍କ ପୂର୍ବାନୁମାନ

ନୂଆଦିଲ୍ଲୀ,୫।୮: ଆଇସିସି ଦିନିକିଆ ବିଶ୍ୱକପ ୫ ଅକ୍ଟୋବରରୁ ଭାରତରେ ଆରମ୍ଭ ହେବ। ପ୍ରଥମ ଥର ପାଇଁ ଭାରତ ଏକାକୀ ପୁରା ଦିନିକିଆ ବିଶ୍ୱର ଆୟୋଜନ କରିବ, ଯେଉଁଥିରେ ଦେଶର ୧୦ଟି ସହରରେ ମ୍ୟାଚ ଖେଳାଯିବ। ବର୍ତ୍ତମାନ ଏହି ମେଗା ଇଭେଣ୍ଟ ଆରମ୍ଭ ହେବାକୁ ମାତ୍ର ୨ମାସରୁ କମ ସମୟ ବାକି ଅଛି, ଏପରି ପରିସ୍ଥିତିରେ ଅନେକ ପୂର୍ବତନ ଭେଟେରାନ ଖେଳାଳି କ୍ରମାଗତ ଭାବରେ ଟୁର୍ନାମେଣ୍ଟ ବିଷୟରେ ପୂର୍ବାନୁମାନ କରୁଛନ୍ତି । ଏଥିରେ ବର୍ତ୍ତମାନ ଭେଟେରାନ ଖେଳାଳି ଗ୍ଲେନ ମ୍ୟାକଗ୍ରାଥଙ୍କ ନାମ ମଧ୍ୟ ସାମିଲ ହୋଇଛି। ସେ ୪ ଦଳ ବିଷୟରେ କହିଛନ୍ତି, ଯାହା ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିବ। ଗ୍ଲେନ ମ୍ୟାକଗ୍ରାଥ ସେମିଫାଇନାଲ ପାଇଁ ମନୋନୀତ ୪ଟି ଦଳ ମଧ୍ୟରେ ଭାରତ, ପାକିସ୍ତାନ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆକୁ ସାମିଲ କରିଛନ୍ତି। ଏହି ୪ ଦଳ ସେମିଫାଇନାଲରେ ପ୍ରବେଶ କରିବେ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି।

Share