Categories: ଜାତୀୟ

ଦୁର୍ଘଟଣାରେ ଗୁଜରାଟର ପୂର୍ବତନ କୃଷି ମନ୍ତ୍ରୀ ଆହତ

ଗାନ୍ଧୀନଗର,୨୮।୧୦: ଗୁଜରାଟର ଆମରେଲି ସାବରକୁନ୍ଧଲା ରାଜପଥରେ ଶୁକ୍ରବାର ଏକ କାର୍‌ ଏକ ଯାତ୍ରୀବାହୀ ରିକ୍ସା ସହିତ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ କୃଷି ମନ୍ତ୍ରୀ ଭି ଭି ୱାଡାସିଆ ଆହତ ହୋଇଛନ୍ତି। ତାଙ୍କ ବ୍ୟତିତ ଅନ୍ୟ ତିନି ଜଣ ମଧ୍ୟ ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥବା ଜଣାପଡିଛି।

Share