Categories: ଜାତୀୟ

ଚନ୍ଦ୍ରବାବୁ ନାଇଡୁଙ୍କ ଅଡୁଆ ବଢିଲା

ଅମରାବତୀ,୧୨।୧୦: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଏସିବି କୋର୍ଟରେ ସୋମବାର ଅର୍ଥାତ୍‌ ଅକ୍ଟୋବର ୧୬ରେ ଫାଇବରନେଟ ସ୍କାମ ମାମଲାରେ ହାଜର କରାଯିବ। ଫାଇବରନେଟ ସ୍କାମ ମାମଲାରେ ଗୁରୁବାର ଏସିବି କୋର୍ଟ ସିଆଇଡିକୁ ମାମଲାରେ ଚନ୍ଦ୍ରବାବୁଙ୍କ ପାଇଁ ପିଟି ୱାରେଣ୍ଟ ଜାରି କରିବାକୁ ଅନୁମତି ଦେଇଛନ୍ତି। ବିଜୟୱାଡାର ଏସିବି କୋର୍ଟ ପକ୍ଷରୁ ସୋମବାର ପୂର୍ବାହ୍ନ ୧୦ଟାରୁ ୫ଟା ମଧ୍ୟରେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟଙ୍କୁ ହାଜର କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ସ୍କିଲ ଡେଭଲପମେଣ୍ଟ ମାମଲା ଏବଂ ଅମରାବତୀ ଇନର୍‌ ରିଙ୍ଗ ରୋଡ ମାମଲା ପରେ ଏହା ହେଉଛି ତୃତୀୟ ଦୁର୍ନୀତି ମାମଲା, ଯେଉଁଥିରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଅଭିଯୁକ୍ତ କରାଯାଇଛି।

Share