ଅମରାବତୀ,୭।୪: କଂଗ୍ରେସର ବରିଷ୍ଠ ନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡିଛି।
ଭାଜପାର ଜଣେ ବରିଷ୍ଠ ନେତା କହିଛନ୍ତି , ରେଡ୍ଡୀ ଗତ କିଛି ଦିନ ହେବ ଦିଲ୍ଲୀରେ ଦଳର ମୁଖ୍ୟଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ତାଙ୍କୁ ଦଳରେ ସାମିଲ ହେବା ପାଇଁ ସବୁଜ ଦଳ ପକ୍ଷରୁ ସଙ୍କେତ ମିଳିଛି। ଆସନ୍ତା ରବିବାର ସେ ହାଇଦ୍ରାବାଦରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଆନୁଷ୍ଠାନିକ ଭାବେ ଦଳରେ ଯୋଗଦେବେ।
କିରଣ ରେଡ୍ଡୀ ୨୦୧୪ରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। ସେ ନିଜର ଏକ ଦଳ ‘ଜୟ ସମିକ୍ୟାନ୍ଧ୍ର’ ଗଠନ କରିଥିଲେ।