Categories: ଜାତୀୟ

ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ

ହାଇଦ୍ରାବାଦ,୪।୧୨: ବରିଷ୍ଠ ରାଜନେତା ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କୋନିଜେତି ରୋସାଇଆଙ୍କ ଶନିବାର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଆଜି ସକାଳେ ଅସୁସ୍ଥ ହେବାରୁ ତାଙ୍କୁ ହାଇଦ୍ରାବାଦର ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସେଠାରେ ସେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ୨୦୦୯ ସେପ୍ଟେମ୍ବର ୩ ରୁ ୨୦୧୦ ନଭେମ୍ବର ୨୪ ଯାଏ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ।

କୋନିଜେତି ୨୦୧୧ ମସିହା ଅଗଷ୍ଟ ୩୧ରୁ ୨୦୧୬ ଅଗଷ୍ଟ ୩୦ ଯାଏ ତାମିଲନାଡୁର ରାଜ୍ୟପାଳ ମଧ୍ୟ ଥିଲେ। ସେ କଂଗ୍ରେସର ଜଣେ ବରିଷ୍ଠ ନେତା ଥିଲେ। ସେ କଂଗ୍ରେସ ଟିକେଟରୁ ଉଭୟ ବିଧାନସଭା ଓ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ।

Share