Categories: ଜାତୀୟ

ଭାଜପାରେ ସାମିଲ ହେଲେ କିରଣ ରେଡ୍ଡୀ

ନୂଆଦିଲ୍ଲୀ,୭।୪: କଂଗ୍ରେସର ବରିଷ୍ଠ ନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ତାଙ୍କୁ ବିଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଦଳର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂଙ୍କ ସମେତ ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ୧୨ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

ଆନ୍ଧ୍ରପ୍ରଦେଶକୁ ବିଭାଜିତ କରି  ତେଲଙ୍ଗାନା ସୃଷ୍ଟି କରିବା ପାଇଁ ତତ୍କାଳୀନ ୟୁପିଏ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି କିରଣ ରେଡ୍ଡୀ ୨୦୧୪ରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ନିଜର ଏକ ଦଳ ‘ଜୟ ସମିକ୍ୟାନ୍ଧ୍ର’ ଗଠନ କରିଥିଲେ। ହେଲେ ୨୦୧୮ରେ ପୁଣି କଂଗ୍ରେସକୁ ଫେରିଆସିଥିଲେ।

Share