ଭରତପୁର ଘଟଣାକୁ ନେଇ ମୁହାଁମୁହିଁ ହେଲେ ପୂର୍ବତନ ସେନା ମୁଖ୍ୟ ଓ ସିବିଆଇ ଅଧିକାରୀ, ଟାର୍ଗେଟରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ପୁରା ଜାତୀୟ ରାଜନୀତି ଉଠୁଛି ପଡୁଛି। ମେଜରଙ୍କ ବାନ୍ଧବୀଙ୍କୁ ଥାନାରେ ଯୌନ ନିର୍ଯ୍ୟାତନା ଦେବା ଘଟଣାକୁ ସବୁଆଡୁ ନିନ୍ଦା କରାଯାଉଥିବାବେଳେ ଜାତୀୟ ରାଜନୀତିର ବଡ଼ ବଡ଼ ନେତା ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ଘଟଣାକୁ ନେଇ ଓଡ଼ିଶା ପୋଲିସ ସଂଘ ବିରୋଧ କରିଥିବାବେଳେ ବର୍ତ୍ତମାନ ଅବସରପ୍ରାନ୍ତ ସେନା ମୁଖ୍ୟ ଓ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ମୁହାଁମୁହିଁ ହୋଇଛନ୍ତି।

ଅବସରପ୍ରାପ୍ତ ସେନା ମୁଖ୍ୟ ଜେନେରାଲ ଭିକେ ସିଂ ଓ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ ନାଗେଶ୍ୱର ରାଓ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି। ସେପ୍ଟେମ୍ବର ୧୫ରେ ଭରତପୁର ଥାନାରେ ହୋଇଥିବା ଘଯଣାକୁ ନେଇ ଜେନେରାଲ ଭିକେ ସିଂ ସୋସିଆଲ ମିଡିଆରେ କହିଛନ୍ତି, ଭରତପୁର ଘଟଣା ଅତ୍ୟନ୍ତ ଲଜ୍ୟାକର ଓ ଭୟାବହ। ଓଡ଼ିଶା ପୋଲିସ ସ୍ଥିତିକୁ ନ ସମ୍ଭାଳିପାରିବା ତା’ର ପାରିବାପଣିଆକୁ ବର୍ଶାଉଛି। ଏହି ଘଟଣାରେ ସାମିଲ୍‌ ଥିବା ଅଧିକାରୀଙ୍କ ବିରୋଧରେ ତୂରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ସେ ଆହୁରି କହିଛନ୍ତି, ପ୍ରତ୍ୟେକ ଲୋକଙ୍କୁ ସେବାନିବୃତ ସେନା ଅଧିକାରୀଙ୍କ ଝିଅଙ୍କ କଥା ଶୁଣିବା ଦରକାର। ଭରତପୁର ଷ୍ଟେଶନରେ ତାଙ୍କ ସହ ଯାହା କିଛି ବି ହୋଇଛି ତାହା ସବୁଠୁ ଲଜ୍ଜ୍ୟାକର ଅଟେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପୋଲିସ କର୍ମୀ ଓ ପୋଲିସ ବର୍ଦ୍ଦିରେ ହେଉଥିବା ଅପରାଧକୁ ଘୋଡେଇବା ପାଇଁ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ।

ଏହାକୁ କାଉଣ୍ଟର କରି ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ ନାଗେଶ୍ୱର ରାଓ, ଯିଏକି ଓଡ଼ିଶା କ୍ୟାଡର ଜଣେ ଆଇପିଏସ ଅଧିକାରୀ ଅଟନ୍ତି। ସେ କହିଛନ୍ତି, ଭରତପୁର ଘଟଣାରେ କିଛି ଅଲଗା ପ୍ରତିଛବି ସମସ୍ତଙ୍କ ଆଗରେ ପ୍ରଦର୍ଶିତ କରାଯାଉଛି। ଜେନେରାଲ ସିଂହଙ୍କ ଅଭିଯୋଗକୁ ସୋସିଆଲ ମିଡିଆରେ ନିର୍ଦ୍ଦେଶକ ରାଓ ଖଣ୍ଡନ କରିଛନ୍ତି। ନିର୍ଦ୍ଦେଶକ ରାଓ, ମେଜର ଓ ତାଙ୍କ ବାନ୍ଧବୀଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଦୁଇଜଣ ନିଶାଗ୍ରସ୍ତ ଅବସ୍ଥାରେ ଥାନା କର୍ମଚାରୀଙ୍କୁ ଅନୁଚିତ ବ୍ୟବହାର ଦେଖାଇଛନ୍ତି। ଜଣେ ସେନା ଅଧିକାରି ଓ ତାଙ୍କ ବାନ୍ଧବୀ ନିଶାଗ୍ରସ୍ତ ଅବସ୍ଥାରେ ବିଳମ୍ବିତ ରାତିରେ ଗାଡି ଚଳାଉଥିଲେ। ସେ ଇଞ୍ଜିନିୟରିଂ ଛାତ୍ରଙ୍କ ସହ ଝଗଡା କରିଥିଲେ। ପରେ ଭରତପୁର ଷ୍ଟେଶନ ଯାଇ ହଙ୍ଗମା କରିଥିଲେ। ଯେତେବେଳେ ଦୁହିଁଙ୍କୁ ମେଡିକାଲ ଯାଞ୍ଚ ଓ ରକ୍ତ ପରୀକ୍ଷା କରିବାକୁ କୁହାଗଲା ସେମାନେ ମନା କରି ଦେଇଥିଲେ।

ସେ ଓଡ଼ିଶା ପୋଲିସକୁ ବଞ୍ଚାଇବା ଉଦ୍ଦେଶ୍ୟରେ ନିର୍ଦ୍ଦେଶକ ରାଓ ଆହୁରି କହିଛନ୍ତି, ଓଡ଼ିଶା ପୋଲିସ ଯିଏକି ୬୦୦ ରୁ ଅଧିକ ଥାନାର ପ୍ରବଦ୍ଧନ କରୁଛି ତେବେ ତାଙ୍କର ଆଗନ୍ତୁକଙ୍କ ପ୍ରତି ଏପରି ବ୍ୟବହାର କରିବା ଯର୍ଥାଥତା ନାହିଁ। ଜେନାରାଲ ସିଂହ ନିଜର ଆଭିମୁଖ୍ୟ ଉପରେ ପୁନଃବିଚାର କରନ୍ତୁ। କ’ଣ ଜଣେ ସେନା ଅଧିକାରୀଙ୍କ ଭୁଲ ପାଇଁ ପୋଲିସକୁ କାଠଗଡାରେ ଛିଡା ପରାଇବା ଉଚିତ ଅଟେ?

Share