Categories: ଜାତୀୟ

ବିଗୁଡୁଛି ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ୱାସ୍ଥ୍ୟାବସ୍ଥା

ଗୁଆହାଟି,୨୨ ।୧୧: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ୱାସ୍ଥ୍ୟାବସ୍ଥା ବେଳକୁ ବେଳ ବିଗିଡିବାରେ ଲାଗିଛି । ଏଏନ୍‌ଆଇର ରିପୋର୍ଟ ଅନୁଯାୟୀ, ଏବେ ସେ ଭେଣ୍ଟିଲେଟରରେ ରହିଛନ୍ତି । ଗୁଆହାଟି ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟ ଅଭିଜିତ ଶର୍ମା କହିଛନ୍ତି ଶନିବାର ସନ୍ଧ୍ୟାରେ ଗୋଗୋଇଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କୁ ଇନୋଟ୍ରୋପିକ ସପୋର୍ଟ ଦିଆଯାଇଥିଲା । ସୂଚନାଯୋଗ୍ୟ, ଅଗଷ୍ଟ ୨୫ରେ ଗୋଗୋଇ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ବେଳେ ୨ ମାସ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଥିଲା । ହେଲେ ଏବେ ସେ ପୁଣିଥରେ ଅସୁସ୍ଥ ହୋଇ ପଡିଛନ୍ତି । ୮୬ ବର୍ଷିୟ ଗୋଗୋଇଙ୍କର ଶରୀରର କିଛି ଅଙ୍ଗ କାମ କରୁ ନ ଥିବା ଜଣାପଡିଛି । ଏହାସହ ନିଶ୍ୱାସ ନେବାରେ ମଧ୍ୟ ସେ କଷ୍ଟ ଅନୁଭବ କରୁଛନ୍ତି ।

Share