ନୂଆଦିଲ୍ଲୀ,୩୦।୪: ଦେଶର ଜଣାଶୁଣା ଆଇନଜୀବୀ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। କରୋନା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୋରାବଜୀ ପୂର୍ବରୁ ୧୯୮୯ରୁ ୧୯୯୦ ପର୍ଯ୍ୟନ୍ତ ଆଟର୍ଣ୍ଣି ଜେନେରାଲ ଥିଲେ। ଏହା ପରେ ସେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଏହି ଦାୟିତ୍ୱଗ୍ରହଣ କରିଥିଲେ। ସୋଲି ସୋରାବଜୀଙ୍କ ସମ୍ପୂର୍ଣ୍ଣ ନାମ ସୋଲି ଜାହାଙ୍ଗୀର ସୋରାବଜୀ। ସେ ୧୯୩୦ରେ ଜନ୍ମଗ୍ରହଣ କହିଥିଲେ। ୨୦୦୨ରେ ତାଙ୍କ ଭାରତ ସରକାରଙ୍କ ପକ୍ଷରୁ ପଦ୍ମବିଭୁଷଣରେ ଭୂଷିତ କରାଯାଇଥିଲା।