Categories: ଖେଳ

୪୫ ବର୍ଷର କମେଣ୍ଟ୍ରି କ୍ୟାରିୟରକୁ ଅଲବିଦା କହିଲେ ଚାପେଲ

ମେଲବୋର୍ନ, ୧୬।୮: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଇଆନ ଚାପେଲ କମେଣ୍ଟ୍ରି ଜଗତକୁ ଅଲବିଦା କହିଛନ୍ତି। ସେ ପ୍ରାୟ ୪୫ ବର୍ଷ ଧରି ସେ ଭାଷ୍ୟକାର ଭୂମିକାରେ ନଜର ଆସିଥିଲେ। ରିଚି ବେନୋ, ବିଲ ଲୋରି ଏବଂ ଟନି ଗ୍ରିଗଙ୍କ ସହ ମିଶି ଚାପେଲ ଏକ କମେଣ୍ଟ୍ରି ଟିମ୍‌ ଗଠନ କରିଥିଲେ। ୨୦୧୯ରେ ଚାପେଲ ଚର୍ମ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ଏହି ରୋଗରୁ ମୁକ୍ତି ପାଇବାକୁ ତାଙ୍କୁ ପାଞ୍ଚ ମାସ ସମୟ ଲାଗିଥିଲା।
ଚାପେଲଙ୍କୁ ବର୍ତ୍ତମାନ ୭୮ ବର୍ଷ ହୋଇଛି। ସେ ୧୯୬୪ ରୁ ୧୯୮୦ ମଧ୍ୟରେ ଟେଷ୍ଟ କ୍ରିକେଟରେ ୫୩୪୫ ରନ ସଂଗ୍ରହ କରିଥିଲେ। ସେ ମଧ୍ୟ ୩୦ଟି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଅଧିନାୟକତ୍ୱ କରିଥିଲେ। ସେ ୩୦ଟି ଦିନିକିଆ ଖେଳି କ୍ରିକେଟରୁ ଅବସର ନେବା ପରେ ଭାଷ୍ୟକାର ହୋଇଥିଲେ।

Share